ବୌଦ୍ଧ – କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ – ମାଓବାଦୀ ଗୁଳିବିନିମୟ ; ୨ ଯବାନ ଗୁରୁତର

ଭୁବନେଶ୍ୱର : ବୌଦ୍ଧ – କନ୍ଧମାଳ ସୀମାରେ ସୁରକ୍ଷାକର୍ମୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିବା ନେଇ ଶନିବାର ଖବର ମିଳିଛି। ଉମା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ କୁମ୍ବିଂ ବେଳେ ଗୁଳିବିନିମୟ ହୋଇଛି। ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର ହୋଇଛନ୍ତି। ଗୁରୁତର ୨ ଯବାନଙ୍କୁ ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱର ଅଣାଯାଇଛି। ଆଇଜି ଅପରେସନ ଅମିତାଭ ଠାକୁର ଏନେଇ ସୂଚନା ଦେଇଛନ୍ତି। ଗୁରୁତର ୨ ଯବାନଙ୍କୁ ଡିଜିପି ଏୟାରଲିଫ୍ଟ କରିଛନ୍ତି। କୋରାପୁଟ, ମାଲକାନଗିରି ଗସ୍ତରେ ଥିବା ଡିଜିପି ଗସ୍ତ ପରିବର୍ତ୍ତନ ଘଟଣାସ୍ଥଳରେ ପହଞ୍ଚି ନିଜ ହେଲିକପ୍ଟରରେ ୨ ଯବାନଙ୍କୁ ଆଣିଛନ୍ତି। ୨ ଯାବନଙ୍କକ ଅବସ୍ଥା ସ୍ଥିର ରହିଛି। ୮ ଘଣ୍ଟାରୁ ଅଧିକ ସମୟ ହେବ ଗୁଳିବିନିମୟ ଜାରି ରହିଥିବା ବେଳେ ଏବେ ମଧ୍ୟ ଅପରେସନ ଜାରି ରହିଛି ବୋଲି ସୂଚନା ମିଳିଛି।

 

Comments are closed.