ମାଲକାନଗିରି : ପୋଖରୀରେ ବୁଡି ଦୁଇ ଭଉଣୀଙ୍କର ମୃତ୍ୟୁ

ମାଲକାନଗିରି ଜିଲ୍ଲା ପେଡାକୋଣ୍ଡା ପଞ୍ଚାୟତ ମଙ୍ଗ ଗ୍ରାମର ଓଁମ ପଡିଆମୀଙ୍କ ଦୁଇ ଝିଅଙ୍କର ପୋଖରୀରେ ବୁଡି ମୃତ୍ୟୁ ଘଟିଛି । ଦୁଇ ଝିଅ ନିଜ ଘର ଠାରୁ କିଛି ଦୂରରେ ଥିବା ତାଙ୍କ ଜମିକୁ ଯାଇଥିଲେ । ତେବେ ଜମିକୁ ଯାଇ ଫେରିବା ସମୟରେ କୌଣସି କାରଣରୁ ରାସ୍ତା କଡରେ ଥିବା ପୋଖରୀରେ ବୁଡି ଯାଇ ମୃତ୍ୟୁ ବରଣ କରିଥିଲେ । ଅନେକ ସମୟ ଧରି ଖୋଜା ଖୋଜି କରିବା ପରେ ପୋଖରୀରୁ ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ଉଦ୍ଧାର ପରେ ଦୁଇ ଶିଶୁଙ୍କୁ ମାଲକାନଗିରି ଚିକିତ୍ସାଳୟରେ ଭର୍ତି କରାଯାଇଥିଲା। ଡା​​‌କ୍ତର ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ଖବର ପାଇ ମୃତ ଦେହ ବ୍ୟବଚ୍ଛେଦ ପାଇଁ ପଠାଇଛି।

Comments are closed.