ଅନ୍ଧବିଶ୍ୱାସରୁ ଗୋଷ୍ଠୀ ସଂଘର୍ଷ, ୨ ଗୁରୁତର

ମୁରିବାହାଲ: ବଲାଙ୍ଗିର ଜିଲା ମୁରିବାହାଲ ଥାନା ମାଲିସିରା ପଞ୍ଚାୟତ ଖଇରମାଲ ଗାଁରେ ଗୁଣିଗାରେଡି ସନ୍ଦେହରେ ଗୋଷ୍ଠୀ ସଂର୍ଘଷ ହୋଇଛି। ଏଥିରେ ଉଭୟ ପକ୍ଷରୁ ଦୁଇ ଜଣ ଗୁରୁତର ହୋଇ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି।

ପୁଲିସ ସୁତ୍ରରୁ ପ୍ରକାଶ ଯେ, ଖଇରମାଲ ଗ୍ରାମର ପିତବାସ ହାତୀ(୬୦) ଓ ତାଙ୍କ ନାତି ହେମସାଗର ହାତୀ(୨୦) ଗତ ମଙ୍ଗଳବାର ସନ୍ଧ୍ୟା ସମୟରେ ଗ୍ରାମରେ କିରୋସିନି ବଣ୍ଟନ କରୁଥିବା ବେଳେ ଗ୍ରାମର ଗୋପୀ ହାତୀ ,ହେମରାଜ ହାତୀ, ଗୋଲାପି ହାତୀ ,ରୋହିଣି ହାତୀ ଲୁହାଛଡ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ସେହିପରି ପିତବାସ ଗୋଷ୍ଠୀର ଆକ୍ରମଣରେ ଟିକଚନ ଆହତ ହୋଇଥିଲେ। ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ପରେ ପୁଲିସ ଦୁଇଟି ୧୭୬/୨୦ ଓ୧୭୭/୨୦ ମାମଲା ରୁଜୁ କରି ତଦନ୍ତ ଜାରିଥିବା ଏସଆଇ ସରୋଜ ରଥ ସୂଚନା ଦେଇଛନ୍ତି।

Comments are closed.