ଦୁଇ ବରିଷ୍ଠ ଡ଼ାକ୍ତର କରୋନା ପଜିଟିଭ୍‍ ଚିହ୍ନଟ

ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ, ଏମକେସିଜିର ଦୁଇ ଜଣ ବରିଷ୍ଠ ଡ଼ାକ୍ତର କରୋନା ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି। ନ୍ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡ଼ାକ୍ତର ଉମା ପାଢ଼ୀ ଓ ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର ଡ଼ାକ୍ତର ଚନ୍ଦ୍ରଶେଖର ତ୍ରିପାଠୀ ପଜିଟିଭ୍‍ ଚିହ୍ନଟ ହୋଇଛନ୍ତି।

ଅସୁସ୍ଥତା ଅନୁଭବ କରିବା ପରେ ଉଭୟ ଡ଼ାକ୍ତରଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ରିପୋର୍ଟରୁ ଉଭୟଙ୍କ ରିପୋର୍ଟ ପଜିଟିଭ୍‍ ଥିବା ଜଣାପଡିଛି। କିଛିଦିନ ପୂର୍ବରୁ ଏମକେସିଜିର ଡ଼ିନ୍‍ ତଥା ଅଧ୍ୟକ୍ଷା ଡ଼ା. ଦୀପ୍ତିମୟୀ ତ୍ରିପାଠୀ କରୋନା ପଜିଟିଭ୍‍ ଚିହ୍ନଟ ହୋଇଥିଲେ। ସମ୍ପ୍ରତି ସେ ଚିକିତ୍ସାଧିନ ଅଛନ୍ତି।

Comments are closed.