ଛତିଶଗଡ଼ରେ ମାଓ​‌ ହମଲା ; ୨ ଯବାନ ଶହୀଦ୍‍

ରାୟପୁର : ଛତିଶଗଡ଼ର ବସ୍ତର ଜିଲ୍ଲାରେ ଶନିବାର ମାଓବାଦୀମାନଙ୍କ ଦ୍ୱାରା କରାଯାଇଥିବା ଏକ ଆକ୍ରମଣରେ ୨ ଜଣ ସୁରକ୍ଷା ବାହିନୀ ଯବାନ ଶହୀଦ ହୋଇଛନ୍ତି। ଛତିଶଗଡ଼ ସଶସ୍ତ୍ର ବାହିନୀର ଏକ ଦଳ ମାର୍‍ଡୁମ୍‍ ଅଞ୍ଚଳରେ କୁମ୍ବିଂ ଅପରେସନ କରୁଥିବାବେଳେ ମାଓବାଦୀମାନେ ଏକ ଅତ୍ୟାଧୁନିକ ବିସ୍ଫୋରକ ପଦାର୍ଥର ବିସ୍ଫୋରଣ ଘଟାଇଥିଲେ।
ନାରାୟଣପୁର ସୀମା ନିକଟରେ ଏହି ବିସ୍ଫୋରଣ କରାଯାଇଛି। ବିସ୍ଫୋରଣର ଠିକ୍‍ ପରେ ପରେ ସେମାନେ ଯବାନମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ଦୁଇ ଜଣ ଯବାନ ଶହୀଦ୍‍ ହୋଇଛନ୍ତି ଏବଂ ୨ ଜଣ ଆହତ ହୋଇଛନ୍ତି। ଘଟଣାସ୍ଥଳୀକୁ ଅତିରିକ୍ତ ଯବାନ ପଠାଯାଇଛି।

Comments are closed.