ଚୌଦ୍ୱାରରୁ ୨ ଅଜଗର ଉଦ୍ଧାର

କଟକ : କଟକ ଉପକଣ୍ଠ ଚୌଦ୍ୱାର ଅଞ୍ଚଳରୁ ମଙ୍ଗଳବାର ୨ଟି ଭାରତୀୟ ଅଜଗର ଉଦ୍ଧାର କରାଯାଇଛି । ପିପୁଲ ଫର୍ ଆନିମଲ କଟକର ସଦସ୍ୟ ଶୁଭେନ୍ଦୁ ସ୍ୱାଇଁ ଏବଂ ତିଲକ କର ଘଟଣା ସ୍ଥଳରେ ପହଞ୍ଚି ୭ ଫୁଟ ଏବଂ ୬.୫ ଫୁଟ ଲମ୍ବର ୨ଟି ଅଜଗର ସାପକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ସାପ ୨ଟି କୁ ମଙ୍ଗରାଜପୁର ଫରେଷ୍ଟରଙ୍କ ସହାୟତାରେ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡ଼ି ଦିଆଯାଇଛି।

Comments are closed.