ସରକାରୀ ଗାଡିରେ ଗଞ୍ଜେଇ ଚାଲାଣ : ଜିଆରପି ଦୁଇ କନଷ୍ଟେବଳ ଚାକିରୀରୁ ବହିଷ୍କୃତ

ଝାରସୁଗୁଡ଼ା: ସରକାରୀ ଗାଡ଼ିରେ ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଝାରସୁଗୁଡ଼ା ଜିଆରପିର ଦୁଇ କନଷ୍ଟେବଳଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ରେଳବାଇ ପୁଲିସ ଏସପି ତ୍ରିନାଥ ପଟେଲ ଏ ସଂପର୍କରେ ସୂଚନାଦେଇଛନ୍ତି । ନିଲମ୍ବିତ ହୋଇଥିବା ଦୁଇ କନଷ୍ଟେବଳ ହେଲେ ଝାରସୁଗୁଡ଼ା ଡ଼ିଏସଆରପି ଡ଼୍ରାଇଭର ପୂର୍ଣ୍ଣଚନ୍ଦ୍ର ପାତ୍ର ଓ ଜିଆରପି ଥାନା କନଷ୍ଟେବଳ ଆଶ୍ରିତ କୁମାର ପ୍ରଧାନ ।

ଗତ ଅଗଷ୍ଟ ୨୯ ତାରିଖ କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ପାତ୍ର ସରକାରୀ ଗାଡିରେ ଗଞ୍ଜେଇ ନେଇ ଝାରସୁଗୁଡ଼ା ଆସୁଥିବା ବେଳେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପୁଲିସ ହାତରେ ଧରାପଡିଥିଲେ। ଗାଡିରୁ ୨୧ କେଜି ଗଞ୍ଜେଇ ଜବତ ହୋଇଥିଲା । ରେଙ୍ଗାଲି ପୁଲିସ ସରକାରୀ ଗାଡି ଓଡ଼ି୦୫ଏପି୨୭୪୪କୁ ଜବତ କରିଥିଲା । ସଂପୃକ୍ତ ଡ଼୍ରାଇଭର ନାଁରେ ଏନ୍ଡିପିଏସ ଆକ୍ଟରେ ମାମଲା ରୁଜୁ ହୋଇ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଏହାପରେ ରେଳବାଇ ପୁଲିସ ଏକ ବିଭାଗୀୟ ତଦନ୍ତ କମିଟି ଗଠନ କରିଥିଲା । ତଦନ୍ତରେ କନେଷ୍ଟବଳ ଦ୍ବୟ ଗଞ୍ଜେଇ କାରବାରରେ ସଂପୃକ୍ତ ଥିବା ଜଣାପଡିବା ପରେ ଜିଆରପି ଏହି କାର୍ଯ୍ୟାନୁଷ୍ଠାନ ନେଇଛି।

Comments are closed.