ଦିନ ୨ଟା ମୁଖ୍ୟ ଖବର

ଇରାକର ନସିରିୟାରେ ଏକ କୋଭିଡ଼ ହସ୍ପିଟାଲରେ ଅଗ୍ନିକାଣ୍ଡରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହେବା ସହ ଅନେକ ଲୋକେ ଆହତ ହୋଇଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଅଧିକାରୀ ଓ ପୁଲିସ ପକ୍ଷରୁ ଏହି ଖବର ମିଳିଛି

ଏଲଆଇସିରୁ ପୁଞ୍ଜି ପ୍ରତ୍ୟାହାରକୁ ଅନୁମୋଦନ; ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ମଣ୍ଡଳୀ ନେବେ ପରିମାଣ ସମ୍ପର୍କରେ ନିଷ୍ପତ୍ତି

ଦେବଗଡ ଜିଲା ବାରକୋଟ ବ୍ଲକ ଅନ୍ତର୍ଗତ କାଦୋପଡା ମସିନ୍ତା ଜଙ୍ଗଲ ମଧ୍ୟରୁ ଗତକାଲି ଏକ ୫ ମାସର ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇଛି

ବାହାରିନରେ ଭର୍ଚୁଆଲ ମୋଡରେ ରଥ ଯାତ୍ରା ପାଳନ

ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଡପ ମଣ୍ଡପ ବିଜେ

କାରଗାର ରକ୍ଷୀଙ୍କ ଆଖିକୁ ଲଙ୍କାଗୁଣ୍ଡ ଫିଙ୍ଗି ଖସି ପଳାଇଲେ ୭ ବିଚାରାଧୀନ ବନ୍ଦୀ

ଉତ୍ତରପ୍ରଦେଶର ଜୌନପୁର ଜିଲାରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା ; ୫ ମୃତ

ଓଡ଼ିଶାରେ ଗତକାଲି ଗୋଟିଏ ଦିନରେ ୧୯୩୦ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ; ସଂଗରୋଧରୁ ୧୧୧୭ ଓ ସ୍ଥାନୀୟ ସଂକ୍ରମିତ ୮୧୩

୨୪ ଘଣ୍ଟାରେ ରାଜ୍ୟରେ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୧୭

ଦେଶରେ ଚିହ୍ନଟ ହେଲେ ୩୧,୪୪୩ ନୂଆ ଆକ୍ରାନ୍ତ

ଆରୋଗ୍ୟହାର ୯୭.୨୮%

୪,୩୧,୩୧୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ

ବିହାର ନାବାଳକଙ୍କ ବିରଳ ଟ୍ୟୁମର ଅସ୍ତ୍ରୋପଚାର; ମାଢିରୁ ବାହାରିଲା ୮୨ ଦାନ୍ତ

ଜନସନ ଆଣ୍ଡ ଜନସନ କୋଭିଡ ଟିକା ଯୋଗୁ ପକ୍ଷାଘାତ ହୋଇପାରେ: ଏଫଡିଏର ସତର୍କ ସୂଚନା

ଆଫଗାନିସ୍ତାନରେ କମାଣ୍ଡ ହସ୍ତାନ୍ତର କଲେ ଆମେରିକାର ସେନା ଜେନେରାଲ; ଆଫଗାନ ସହର ଘଜନିକୁ ଘେରି ରହିଛନ୍ତି ତାଲିବାନ ଆତଙ୍କି

ମେହୁଲ ଚୋକ୍ସିଙ୍କୁ ଅନ୍ତରୀଣ ଜାମିନ; ସ୍ୱାସ୍ଥ୍ୟଗତ କାରଣରୁ ଡୋମିନିକା ହାଇକୋର୍ଟ ଜାମିନ ମଞ୍ଜୁର କଲେ

Comments are closed.