କୁଆଖାଇରେ ବୁଡ଼ି ୨ ନିଖୋଜ

ଡେସ୍କ: କୁଆଖାଇ ନଦୀରେ ବୁଡ଼ି ବୁଧବାର ୨ ଜଣ ନାବାଳକ ନିଖୋଜ ହୋଇଯାଇଛନ୍ତି। କଟକ ପ୍ରତାପନଗରୀ କୁଆଖାଇ ଘାଟରେ ପୋଲ ତଳେ ଗାଧୋଉଥିବା ବେଳେ ଏପରି ଅଘଟଣ ଘଟିଛି। ନିଖୋଜ ନାବାଳକ ଦ୍ବୟ ଭୁବନେଶ୍ବର ପଟିଆ ଅଞ୍ଚଳର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ମୁତାବକ, ୫ ଜଣ ସାଙ୍ଗ ଏକାଠି ଗାଧୋଉଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣ ଭାସି ଯାଇଥିଲେ। ନିକଟରେ ଦୁଇଟି ବାଇକ୍‌ ମଧ୍ୟ ଥୁଆ ହୋଇଥିବା ଦେଖିବାକୁ ମିଳିଛି। ଖବର ପାଇ ସଦର ଥାନା ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଚଳାଇଛନ୍ତି।

Comments are closed.