ଲାଇସେନ୍ସ ନବୀକରଣ କରିନଥିବା ୨ ଘରୋଇ ପାଥୋଲ୍ୟାବ୍‌ ସିଲ୍

କଳାହାଣ୍ଡି: କଳାହାଣ୍ଡି ଜିଲା ଜୁନାଗଡ଼ ସହରରେ ଲାଇସେନ୍ସ ନବୀକରଣ କରି ନ ଥିବା ୨ଟି ପାଥୋଲୋଜି ସେଣ୍ଟରକୁ ଶୁକ୍ରବାର ଜୁନାଗଡ଼ ବ୍ଲକ ପ୍ରଶାସନ ପକ୍ଷରୁ ଚଢ଼ାଉ କରି ସିଲ କରାଯାଇଛି। ସତ୍ୟସାଇ ପାଥୋଲୋଜିର ମାଲିକ ସତ୍ୟନାରାୟଣ ସିଂହ ଗତ ୨୦୦୮ ମସିହାରୁ ଲାଇସେନ୍ସ ନବୀକରଣ କରି ନ ଥିବା ଓ ଶିବଶକ୍ତି ପାଥୋଲୋଜିର ମାଲିକ ସୁନୀଲ ପାଢ଼ୀ ୨୦୧୦ରୁ ଲାଇସେନ୍ସ ନବୀକରଣ କରି ନ ଥିବା ଅଭିଯୋଗ ହୋଇଥିଲା। ଆଜି ଜୁନାଗଡ଼ ତହସିଲଦାର ଉପେନ୍ଦ୍ର ଲୁହା, ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଡାକ୍ତର ଭଗବାନ ପଣ୍ଡା ଓ ଥାନା ଅଧିକାରୀ ଉତ୍ତମ ସାହୁ ପ୍ରମୁଖ ପହଞ୍ଚି ୨ଟି ଯାକ ପାଥୋଲ୍ୟାବ୍‌ ଉପରେ ଚଢ଼ାଉ କରି ସିଲ୍ କରିଛନ୍ତି।

Comments are closed.