ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଲା ଭାରତ, ୨ ପାକିସ୍ତାନୀ ସୈନ୍ୟ ନିହତ

ଜାମ୍ମୁ: ଜାମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସେନା ପକ୍ଷରୁ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରଯାଉଛି। ଶନିବାର ଭାରତୀୟ ସେନା ଏହାର କଡ଼ା ଜବାବ ଦେଇଛି। ଭାରତୀୟ ଯବାନଙ୍କ ପ୍ରତିଆକ୍ରମଣରେ ୨ ପାକ୍‌ ସୈନ୍ୟ ନିହତ ହୋଇଥିବା ସୂଚନା ମିଳିଛି। ଏହା ସହିତ ପାକିସ୍ତାନୀ ସେନାର ଏକ ଶିବିର ମଧ୍ୟ ଧ୍ଵଂସ ହୋଇଯାଇଛି।

ପାଲାମ୍ବାଲା ସେକ୍ଟରରେ ପାକିସ୍ତାନୀ ସେନା ପକ୍ଷରୁ ଗତ ୪ ଦିନ ଧରି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି। ପାକ୍‌ ସୈନ୍ୟମାନେ ଭାରତୀୟ ସେନା ଶିବିର ଏବଂ ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ପ୍ରବଳ ଗୁଳି ଓ ମୋର୍ଟାର ମାଡ଼ କରୁଛନ୍ତି। ୨ଦିନ ତଳେ ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନ ଯୋଗୁ ୨ ଭାରତୀୟ ଯବାନ ଶହୀଦ ହୋଇଥିଲେ। ଭାରତୀୟ ଯବାନଙ୍କ ପ୍ରତିଆକ୍ରମଣରେ ୪ ପାକ୍‌ ସୈନ୍ୟଙ୍କ ସହିତ ଅନୁପ୍ରବେଶ ଅପେକ୍ଷାରେ ଥିବା କିଛି ଆତଙ୍କବାଦୀ ନିହତ ହୋଇଥିଲେ। ଏହା ପରେ ପୁଣି ପାକିସ୍ତାନୀ ସେନା ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ ଜାରି ରହିଥିଲା। ଭାରତୀୟ ସେନା ପକ୍ଷରୁ ପୁଣି ଥରେ ଏହାର ଦୃଢ଼ ଜବାବ ଦିଆଯାଇଛି, ଯେଉଁଥିରେ ୨ ପାକ୍‌ ସୈନ୍ୟ ନିହତ ହୋଇଛନ୍ତି।

Comments are closed.