ଯୁକ୍ତ ଦୁଇ ଅନ୍‌ଲାଇନ୍ ଖାତାଦେଖା ଆରମ୍ଭ

ଭୁବନେଶ୍ବର :  ଆଜିଠାରୁ ଯୁକ୍ତ ଦୁଇ ଖାତାଦେଖା ଆରମ୍ଭ ହୋଇଛି । ରାଜ୍ୟର ୩୪ ଟି ଇ-ମୂଲ୍ୟାୟନ କେନ୍ଦ୍ରରେ ଅନ୍‌ଲାଇନ୍‌ରେ ଖାତା ଦେଖାହେଉଛି । ଅନ୍‌ଲାଇନ୍‌ରେ ଦୁଇଟି ପର୍ଯ୍ୟାୟରେ ଖାତା ମୂଲ୍ୟାୟନ କରାଯାଉଛି । ସକାଳ ୭ ଟା ୩୦ରୁ ମଧ୍ୟାହ୍ନ ୧୨ ଟା ୩୦ ଏବଂ ଦିନ ଗୋଟାଏ ତିରିଶ ମିନିଟରୁ ସନ୍ଧ୍ୟା ୬ଟା ୩୦ ଯାଏ ମୂଲ୍ୟାୟନ ଚାଲିବ । ପରେ ଅଫ୍ ଲାଇନ୍ ଖାତା ଦେଖା ନେଇ ବିଜ୍ଞପ୍ତି ପ୍ରକାଶ ପାଇବ ।

ମୂଲ୍ୟାୟନ ପ୍ରକ୍ରିୟାରେ ଅଧ୍ୟାପକଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯାଇଛି ।  ମୂଲ୍ୟାୟନରେ ନିୟୋଜିତ ଅଧ୍ୟାପକଙ୍କୁ ଖାଦ୍ୟ, ମାସ୍କ. ସାନିଟାଇଜର ପ୍ରଦାନ ସହ ଅନ୍ୟ ସୁବିଧା ଯୋଗାଇ ଦିଆଯାଇଛି ।

Comments are closed.