ପାଦେ ଆଗକୁ ଆସିଲେ ଓଡିଶା ପୁଲିସ ଯବାନ, ଦାନ କଲେ ପ୍ଲାଜମା

ଦୀର୍ଘ ୪ ମାସ ହେବ ଓଡିଶା ପୁଲିସ ଯବାନ ଓ କର୍ମଚାରୀ କରୋନା ମୁକାବିଲା କ୍ଷେତ୍ରରେ ଆଗ ଧାଡିରେ ରହି ନିଜର କର୍ତ୍ତବ୍ୟ ପ୍ରତିପାଦନ କରୁଛନ୍ତି। ନିଜର କର୍ତ୍ତବ୍ୟ ପରେ ପୁଲିସ କର୍ମଚାରୀମାନେ ସାଧାରଣ ଲୋକଙ୍କୁ କରୋନା ମହାମାରୀ ସମ୍ପର୍କରେ ସଚେତନ କରାଇବା ସହ କେତେବେଳେ ଗୀତ ଗାଇ ଗାଇ ତ କେତେବେଳେ ଅଭିନୟ ମାଧ୍ୟମରେ ଗାଁରୁ ସହର ସବୁଆଡେ ଆରୋଗ୍ୟ ବାର୍ତ୍ତା ବାଣ୍ଟି ଚାଲିଛନ୍ତି।

ତେବେ ରାଜ୍ୟରେ ପ୍ଲାଜମା ଥେରାପି ଦ୍ୱାରା ଜଣେ ଗୁରୁତର କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ ରାଜ୍ୟ ପୁଲିସ ବିଭାଗର ଯବାନ ଯେଉଁମାନେ କରୋନା ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ସେମାନେ ପ୍ଲାଜମା ଦାନ କରିବାକୁ ଆଗେଇ ଆସିଛନ୍ତି। ଆଜି ଦୁଇ ପୁଲିସ ଯବାନ ତରୁଣ କୁମାର ଦାସ ଏବଂ ଟୁକୁନା ପ୍ରଧାନ କଟକ ଏସସିବିରେ ପ୍ଲାଜମା ଦାନ କରିଛନ୍ତି। ଉଭୟ କୋରାପୁଟରେ କାର୍ଯ୍ୟରତ ଥିବା ଜଣାପଡିଛି।

Comments are closed.