ନେପାଳରେ ବସ୍‌ ଦୁର୍ଘଟଣା; ୨ ଓଡ଼ିଆ ମୃତ

କାଠମାଣ୍ଡୁ; ନେପାଳର ରାଜଧାନୀ କାଠମାଣ୍ଡୁରେ ଏକ ବସ୍‌ ଦୁର୍ଘଟଣା ଘଟି ୨ ଜଣ ଓଡ଼ିଆଙ୍କ ମୃତ୍ୟୁ ଘଟିଛି। ସେମାନେ ଖୋର୍ଦ୍ଧା ଜିଲା ମଳିପଡ଼ାର ଚରଣ ବିଶ୍ଵାଳ ଏବଂ ଜଟଣୀ ଅନ୍ତର୍ଗତ ଯମୁନା ଅଞ୍ଚଳର ବିଜୟ ଜେନା ବୋଲି ଜଣାପଡ଼ିଛି। କାଠମାଣ୍ଡୁର ରାଉତହାଟ ଜିଲା ଚନ୍ଦ୍ରପୁରଠାରେ ଏକ ବସ୍‌କୁ ପଛରୁ ଗୋଟିଏ ଟ୍ରକ୍‌ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨୧ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୫/୬ଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସୂଚନାଯୋଗ୍ୟ, ଡେଲାଙ୍ଗ ଏବଂ ଖୋର୍ଦ୍ଧା ଅଞ୍ଚଳର ୬୦ ଜଣ ଗତ ୬ ତାରିଖରେ ନେପାଳର କାଠମାଣ୍ଡୁ ବୁଲିବାକୁ ଯାଇଥିଲେ।

Comments are closed.