ଓଡ଼ିଶା କ୍ୟାଡରର ୨ ଆଇପିଏସ ଅଫିସରଙ୍କୁ ଏଡିଜି ପାହ୍ୟା

ଭୁବନେଶ୍ବର : ଓଡ଼ିଶା କ୍ୟାଡରର ୨ ଆଇପିଏସ ଅଫିସରଙ୍କୁ କେନ୍ଦ୍ର କ୍ୟାବିନେଟ୍ର ନିଯୁକ୍ତି ସଂକ୍ରାନ୍ତ କମିଟି ଏଡିଜି ପାହ୍ୟା ଅନୁମୋଦନ କରିଛି। କେନ୍ଦ୍ରୀୟ ଡେପୁଟେସନରେ ଗଲେ ଏମାନଙ୍କୁ ଏଡିଜି ପାହ୍ୟା ମିଳିବ।

ବରିଷ୍ଠ ଆଇପିଏସ ଅଫିସର ସୁଧାଂଶୁ ଷଡ଼ଙ୍ଗୀ ଓ ଯୋଗେଶ ବାହାଦୁର ଖୁରାନିଆ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଯୋଗେଶ ବାହାଦୁର ଖୁରାନିଆ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି। ତେବେ ସୁଧାଂଶୁ ଷଡ଼ଙ୍ଗୀ କଟକ-ଭୁବନେଶ୍ବର କମିଶନରେଟ ପୁଲିସରେ କମିସନର ଅଛନ୍ତି। ଉଭୟ ଓଡ଼ିଶା କ୍ୟାଡର ୧୯୯୦ ବ୍ୟାଚ ଆଇପିଏସ ଅଫିସର।

Comments are closed.