ପ୍ରଶିକ୍ଷଣ ସମୟରେ ଗ୍ଲାଇଡର ଦୁର୍ଘଟଣା, ୨ ନୌସେନା କର୍ମଚାରୀ ନିହତ

କୋଚି ଠାରେ ରବିବାର ସକାଳେ ଏକ ଗ୍ଲାଇଡର୍ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ଜଣ ନୌସେନା କର୍ମଚାରୀଙ୍କର ମୃତ୍ୟୁ ଘଟିଛି। ଅଭ୍ୟାସ ପ୍ରଶିକ୍ଷଣ ନିମନ୍ତେ ନୌସେନା ପାୱାର ଗ୍ଲାଇଡର୍ ଆଇଏନଏସ ଗରୁଡରୁ ଆଜି ସକାଳ ୭ଟା ସମୟରେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ନିକଟବର୍ତ୍ତୀ ନୌସେନା ଘାଟୀ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ପ୍ରାଣ ହରାଇଥିବା ଦୁଇ ନୌସେନା ଅଧିକାରୀ ହେଉଛନ୍ତି କର୍ମଚାରୀ ଲେପ୍ଟନାଣ୍ଟ ରାଜୀବ ଝା ଏବଂ ପେଟି ଅଫିସର ସୁନୀଲ କୁମାର।

ଦୁର୍ଘଟଣା ପରେ ଉଭୟ ଅଧିକାରୀଙ୍କୁ ଆଇଏନଏଚଏସ ସଞ୍ଜୀବିନୀକୁ ସ୍ଥାନାନ୍ତର କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାର ତଦନ୍ତ ପାଇଁ ଦକ୍ଷିଣ ନୌସେନା କମାଣ୍ଡ ନିର୍ଦ୍ଦେଶ ଦେଇଛି।

Comments are closed.