ବ୍ରହ୍ମପୁରରେ ଖୋଲିଲା ଆଉ ୨ଟି କରୋନା ପରୀକ୍ଷା କେନ୍ଦ୍ର

ବ୍ରହ୍ମପୁର: ବ୍ରହ୍ମପୁର ସହରରେ କରୋନା ପରୀକ୍ଷାକୁ ବ୍ୟାପକ କରିବା ଲାଗି ଆଉ ୨ଟି ନୂତନ କେନ୍ଦ୍ର ଖୋଲାଯାଇଛି। ଏ ନେଇ ବ୍ରହ୍ମପୁର ମହାନଗର ନିଗମ ତରଫରୁ ସୂଚନା ଦିଆଯାଇଛି । ୨ଟି ନୂତନ କେନ୍ଦ୍ର ହେଲା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଏବଂ ଖୋଡାସିଙ୍ଗି କଲ୍ୟାଣ ମଣ୍ଡପ ।

ସହରବାସୀ ସକାଳ ୮ଟାରୁ ଅପରାହ୍ନା ଗୋଟାଏ ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ୭ଟା ଭିତରେ ଏଠାରେ କରୋନା ପରୀକ୍ଷା କରାଇପାରିବେ । ପୂର୍ବରୁ ୩ଟି ପରୀକ୍ଷା କେନ୍ଦ୍ର ଥିଲା । ସେଗୁଡ଼ିକ ହେଲା ବ୍ରହ୍ମପୁର ନଗର ଚିକିତ୍ସାଳୟ, ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଏବଂ ଚିକିତ୍ସାଳୟ ଓ ଖ୍ରୀଷ୍ଟିଆନ ହସ୍ପିଟାଲ । ସହରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ଯୋଗୁ ପରୀକ୍ଷା କେନ୍ଦ୍ର ବୃଦ୍ଧି କରାଯାଇଛି ।

Comments are closed.