ସଙ୍ଗରୋଧ ଯିବେ ଦୁଇ ମନ୍ତ୍ରୀ: ପୁରୀ ଓ ଗଞ୍ଜାମ ଜିଲାରେ ପତାକା ଉତ୍ତୋଳନ କରିବେ ଜିଲାପାଳ

ଭୁବନେଶ୍ଵର: ନିକଟରେ ଜଣେ କରୋନା ପଜିଟିଭ୍ ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ରାଜ୍ୟର ୨ କ୍ୟାବିନେଟ୍ ମନ୍ତ୍ରୀ ଶନିବାର ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ପତାକା ଉତ୍ତୋଳନ କରିବେ ନାହିଁ । ଏହି ଦୁଇ ମନ୍ତ୍ରୀ ହେଲେ ପଦ୍ମନାଭ ବେହେରା ଓ ନିରଞ୍ଜନ ପୂଜାରୀ । ଗଞ୍ଜାମ ଜିଲାରେ ଶ୍ରୀ ବେହେରା ଓ ପୁରୀ ଜିଲାରେ ଶ୍ରୀ ପୂଜାରୀ ପତାକା ଉତ୍ତୋଳନ କରିଥାଆନ୍ତେ। ମାତ୍ର କରୋନା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା ପରେ ସେମାନଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ସେମାନଙ୍କ ସ୍ଥାନରେ ସେହି ଜିଲାର ଜିଲାପାଳମାନେ ପତାକା ଉତ୍ତୋଳନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି ।

Comments are closed.