ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୨ ଶ୍ରମିକ ମୃତ

ରାଉରକେଲା: ରାଉରକେଲା ଆଇଡିସି ଅଞ୍ଚଳରେ ସୋମବାର ଅଘଟଣ ଘଟିଛି। ଏହି ଅଞ୍ଚଳରେ ଥିବା ଏକ ସ୍ପଞ୍ଜ ଆଇରନ କାରଖାନାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହେବା ଫଳରେ ଦୁଇଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁସାରେ, କାରଖାନା ପରିସରରେ ସଫେଇ ଚାଲିଥିବାବେଳେ ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ୨ ଶ୍ରମିକ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ। ସେମାନଙ୍କୁ ଆରଜିଏଚରେ ଭର୍ତ୍ତି କରାଯାଇଥିଲା। ସେଠାରେ ଉଭୟଙ୍କୁ ମୃତ ଘୋଷଣା କରାଯାଇଥିଲା।

Comments are closed.