ଜମି ବିବାଦରୁ ଗୋଷ୍ଠୀ ସଂଘର୍ଷ, ଗୁଳିକାଣ୍ଡରେ ୨ ମୃତ

କଟକ: ଜମି ବିବାଦରୁ ଦୁଇ ଗାଁ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଦୁଇ ପକ୍ଷ ମଧ୍ୟରେ ଗୁଳିମାଡ଼ ଯୋଗୁ ୨ ଗ୍ରାମବାସୀଙ୍କ ମୃତ୍ୟୁ ହୋଇଛି। କଟକ ଜିଲା ବଡ଼ମ୍ବା ଅଞ୍ଚଳରେ ଏହି ଘଟଣା ଘଟିଛି। ଏଥିରେ ଅନ୍ୟ ୧୦ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, ବଡ଼ମ୍ବା ଅନ୍ତର୍ଗତ ଭରତପୁର ଏବଂ ବୁଢ଼ାପଙ୍କ ଗ୍ରାମ ମଧ୍ୟରେ ଏହି ଗଣ୍ଡଗୋଳ ଘଟିଛି। ଜମି ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ ହୋଇଛି। ଉଭୟ ପକ୍ଷ ପରସ୍ପରଙ୍କୁ ଠେକା ପଥର ମାଡ଼ କରିଛନ୍ତି। ଏହି ସମୟରେ ଗୁଳିମାଡ଼ ହେବାରୁ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ପୁଲିସ ମୁତୟନ ହୋଇଛନ୍ତି।

Comments are closed.