୨ ଜେସିବି ସହିତ ୪ ଟ୍ରାକ୍ଟର ଜବତ,  ୧ ଲକ୍ଷ ୫୦ହଜାର ଟଙ୍କା ଜୋରିମାନା ଆଦାୟ 

 କେଶଦୁରାପାଳ : ବେଆଇନ କାର୍ଯ୍ୟ ଅଭିଯୋଗରେ ରାଜସ୍ୟ ବିଭାଗ ଓ ପୁଲିସ ପକ୍ଷରୁ ମିଳିତ ଚଢାଉ କରାଯାଇ ୨ ଜେସିବି ସହିତ ୪ ଟ୍ରାକ୍ଟର ଜବତ କରାଯାଇଛି । ଏହା ସହିତ ଏହି ଗାଡ଼ିଗୁଡ଼ିକରରୁ ୧ ଲକ୍ଷ ୫୦ହଜାରଟଙ୍କାର ଜୋରିମାନା ଆଦାୟ କରିଥିବା  ଜଣାପଡ଼ିଛି ।  ଗତକାଲି ସକାଳ ସମୟରେ ଘସିପୁରା ଅନ୍ତର୍ଗତ ପଡିଆପାଳ ଓ ଇନ୍ଦୁପୁର। ଗ୍ରାମରେ ବେଆଇନ ଭାବେ କାମ କରୁଥିବା  ଖବରପାଇ ଘସିପୁରା ତହସିଲଦାର ବାବୁଲ ପେରେଇ ଚଢ଼ଉ ନିର୍ଦେଶ ଦେଇଥିଲେ । ଏହାପରେ ବିଶ୍ଵଜିତ୍ ବେହେରା ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଜେସିବି ଓ ଟ୍ରାକ୍ଟର ଜବତ କରିଥିଲେ ।

Comments are closed.