ସୀମାରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟ, ୨ ଯବାନ ଶହୀଦ

ଜାମ୍ମୁ: ଜାମ୍ମୁ-କାଶ୍ମୀର ସୀମାନ୍ତ ନୌସେରା ସେକ୍ଟରରେ ବୁଧବାର ସକାଳେ ଆତଙ୍କବାଦୀଙ୍କ ସହିତ ଗୁଳିବିନିମୟ ଘଟିବା ଫଳରେ ୨ ଯବାନ ଶହୀଦ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ଗୁଳିବିନିମୟ ଜାରି ରହିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ, ଗତ ମଙ୍ଗଳବାର ନୌସେରାର ଦରାଟ/ମଙ୍ଗଲାଦେଇ ଅଞ୍ଚଳରେ ୩ ସନ୍ଦିଗ୍ଧଙ୍କ ଗତିବିଧି ଦେଖିବାକୁ ମିଳିବା ପରେ ସେନା ଏବଂ ପୁଲିସ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ଏହା ପରେ ଯବାନମାନେ ସମ୍ପୃକ୍ତ ଅଞ୍ଚଳକୁ ସିଲ୍‌ କରିଦେଇ ଆତଙ୍କବାଦୀମାନଙ୍କୁ ଘେରି ରହିଥିଲେ। ବୁଧବାର ଭୋର ସମୟରେ ଆତଙ୍କୀମାନେ ହଠାତ୍‌ ଆକ୍ରମଣ କରିଥିଲେ। ଆତଙ୍କୀଙ୍କ ଗୁଳିରେ ୨ ଯବାନ ଶହୀଦ ହୋଇଯାଇଥିଲେ। ଯବାନଙ୍କ ପକ୍ଷରୁ ମଧ୍ୟ ପ୍ରତିଆକ୍ରମଣ ଜାରି ରହିଛି।

Comments are closed.