୨ ଜୈଶ ଆତଙ୍କୀ ଗିରଫ, ଗଣତନ୍ତ୍ର ଦିବସରେ ବଡ଼ ଧରଣର ଆକ୍ରମଣ ଷଡ଼ଯନ୍ତ୍ର ରଚିଥିଲେ

ଜାମ୍ମୁ: ଆସନ୍ତା ଗଣତନ୍ତ୍ର ଦିବସରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ବିପଦ ଟଳି ଯାଇଛି। ଆକ୍ରମଣ ଷଡ଼ଯନ୍ତ୍ର କରିଥିବା ଜୈଶ-ଏ-ମହମ୍ମଦର ୨ ଆତଙ୍କବାଦୀଙ୍କୁ ଜାମ୍ମୁ-କାଶ୍ମୀର ପୁଲିସ ଗିରଫ କରିନେବା ପରେ ଏହାର ପର୍ଦ୍ଦାଫାଶ ହୋଇଛି। ଗିରଫ ଆତଙ୍କୀ ଦ୍ବୟଙ୍କଠାରୁ ଅସ୍ତ୍ରଶସ୍ତ୍ର ଏବଂ ଗୋଳାବାରୁଦ ଜବତ ହୋଇଛି। ଶ୍ରୀନଗରର ବିଭିନ୍ନ ସ୍ଥାନରେ ହୋଇଥିବା ଗ୍ରେନେଡ୍‌ ଆକ୍ରମଣରେ ଏହି ଦୁଇ ଆତଙ୍କୀ ସାମିଲ ଥିଲେ।

ଗତ ବୁଧବାର ବିଜେପି ଓ ଆରଏସଏସ ନେତାଙ୍କ ହତ୍ୟାକାରୀ ତଥା ହିଜବୁଲ ମୁଜାହିଦ୍ଦିନର ଟପ୍‌ କମାଣ୍ଡର ହାରୁନ ଅବ୍ବାସ ଗୁନ୍ଦନା ଟାଣ୍ଟନା ଅଞ୍ଚଳରେ ପୁଲିସ ସହ ଗୁଳିବିନିମୟ ବେଳେ ନିହତ ହୋଇଥିଲା। ଅନ୍ୟ ଜଣେ ଆତଙ୍କୀ ସେଠାରୁ ଖସି ପଳାଇଥିଲା। ତା’କୁ ଧରିବା ଲାଗି ସର୍ଚ୍ଚ ଅପରେଶନ ଜାରି ରହିଛି। ନିହତ ଆତଙ୍କୀଠାରୁ ପୁଲିସ ଗୋଟିଏ ଏକେ-୪୭, ୩ଟି ମାଗାଜିନ, ଏକେ-୪୭ର ୭୩ ରାଉଣ୍ଡ ଗୁଳି, ଏକ ଚାଇନିଜ ଗ୍ରେନେଡ ଏବଂ ଗୋଟିଏ ରେଡିଓ ସେଟ୍‌ ଜବତ ହୋଇଥିଲା। ହାରୁନ ମୁଣ୍ଡ ପାଇଁ ୧୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା। ସେ କିସ୍ତୱାଡ଼ରେ ଦଶନ୍ଧି ଧରି ସକ୍ରିୟ ଥିବା ଜାହାଙ୍ଗୀର ସରୁରୀର ଘନିଷ୍ଠ ଥିଲା।

Comments are closed.