ସିନ୍ଧୁ ସୀମାରେ ମୁତୟନ ଦିଲ୍ଲୀ ପୁଲିସର ୨ ଆଇପିଏସ ଅଧିକାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ: ସିନ୍ଧୁ ସୀମାରେ ମୁତୟନ ହୋଇଥିବା ଦିଲ୍ଲୀ ପୁଲିସର ୨ ଆଇପିଏସ ଅଧିକାରୀ କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ସିନ୍ଧୁ ସୀମାରେ ଚାଷୀ ଆନ୍ଦୋଳନକୁ ନିୟନ୍ତ୍ରଣ କରିବା ଲାଗି ଏହି ଆଇପିଏସ ଅଧିକାରୀଦ୍ବୟ ମୁତୟନ ହୋଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଡିସିପି ଏବଂ ଅନ୍ୟ ଜଣେ ଅତିରିକ୍ତ ଡିସିପି ଅଛନ୍ତି।

ଅନ୍ୟପଟେ ୧୬ ଦିନ ଧରି ଆନ୍ଦୋଳନ ଚାଲିଥିବାବେଳେ ହଜାର ହଜାର ଚାଷୀ ଧାରଣାରେ ବସିଛନ୍ତି। ୨ ପୁଲିସ ଅଧିକାରୀ କରୋନା ପଜିଟିଭ୍‌ ବାହାରିବା ପରେ ଆନ୍ଦୋଳନ ସ୍ଥଳରେ ଭୂତାଣୁ ବ୍ୟାପିବା ଆଶଙ୍କା ସୃଷ୍ଟି ହୋଇଛି। କରୋନା ସଂକ୍ରମଣରୁ ବର୍ତ୍ତିବା ଲାଗି ଗତକାଲି ଦିଲ୍ଲୀ ପୁଲିସ ପକ୍ଷରୁ ସୀମାରେ ଆନ୍ଦୋଳନରତ ଚାଷୀଙ୍କୁ ଗୋଲାପ ଫୁଲ ଏବଂ ମାସ୍କ ବଣ୍ଟାଯାଇଥିଲା। ଏହା ସହିତ କୃଷକମାନଙ୍କୁ କରୋନା ପରୀକ୍ଷା କରାଇବା ଲାଗି ପରାମର୍ଶ ଦେଇଥିଲେ।

ତେବେ କୃଷକମାନେ କରୋନା ପରୀକ୍ଷା କରାଇବେ ନାହିଁ ବୋଲି ସିଧାସଳଖ ମନା କରିଦେଇଥିଲେ। ଏହା ପରେ ସେଠାରେ ଉପସ୍ଥିତ ପୁଲିସ କର୍ମଚାରୀମାନଙ୍କର କରୋନା ପରୀକ୍ଷା କରାଯାଇଥିଲା। ମାତ୍ର ୫/୭ ଜଣ ପୁଲିସ କର୍ମଚାରୀଙ୍କ ପରୀକ୍ଷା ପରେ ଯାଞ୍ଚ ଟିମ୍‌କୁ ଫେରାଇ ଦିଆଯାଇଥିଲା।

Comments are closed.