ଦୁଇ ହୋମଗାର୍ଡଙ୍କୁ କରୋନା

ବ୍ରହ୍ମପୁର : ବ୍ରହ୍ମପୁର ଅଞ୍ଚଳରେ ଦୁଇଜଣ ହୋମଗାର୍ଡ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ପୋଲସର ଥାନାର ଏହି ଦୁଇ ହୋମଗାର୍ଡ କରୋନା ସଂକ୍ରମିତ ହୋଇଥିବା ଗଞ୍ଜାମ ଏସପି ଟ୍ବିଟ କରି ସୂଚନା ଦେଇଛନ୍ତି।
ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ଏବେ ପୁଲିସକର୍ମୀ ଏଥିରେ ଆକ୍ରାନ୍ତ ହେବା ଚିନ୍ତାର କାରଣ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ପୋଲସରା ଥାନାର ଏହି ଦୁଇ ହୋମଗାର୍ଡ ଜଗନ୍ନାଥପୁର ରେଳଷ୍ଟେସନରେ କାର୍ଯ୍ୟରେ ନିୟୋଜିତ ଥିଲେ। ତା’ଛଡା ସଂଗରୋଧ କେନ୍ଦ୍ରରେ ମଧ୍ୟ ଉଭୟ ନିୟୋଜିତ ଥିଲେ ବୋଲି ଜଣାପଡିଛି। ଉଭୟଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Comments are closed.