ମାର୍ଚ୍ଚ ୭ରୁ ଯୁକ୍ତ ଦୁଇ ପରୀକ୍ଷା

0

ଭୁବନେଶ୍ୱର : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ୨୦୧୯ ମାର୍ଚ୍ଚ ୭ତାରିଖରୁ ଆରମ୍ଭ ହେବ। ସିଏଚ୍‍ଏସି ବିଜ୍ଞପ୍ତି ଅନୁସାରେ ମାର୍ଚ୍ଚ ୭ରୁ ପ୍ରଥମେ ବାଣିଜ୍ୟ ଏବଂ ବିଜ୍ଞାନ ଥିଓରୀ ପରୀକ୍ଷା କରାଯିବ। ସେହିପରି ମାର୍ଚ୍ଚ ୮ରୁ କଳାର ଥିଓରୀ ପରୀକ୍ଷା ଆରମ୍ଭ ହେବ। ଏହି ପରୀକ୍ଷା ମାର୍ଚ୍ଚ ୭ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲିବ। ସକାଳ ୭ଟାରୁ ପରୀକ୍ଷା ଆରମ୍ଭ ହେବ।
ଥିଓରୀ ପରୀକ୍ଷା ପୂର୍ବରୁ ସମସ୍ତ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ଜାନୁୟାରୀ ୨୮ରୁ ଫେବୃୟାରୀ ୮ ଯାଏଁ ପ୍ରାକ୍ଟିକାଲ ପରୀକ୍ଷା ଚାଲିବ। ଏହି ପରୀକ୍ଷାରେ ସମସ୍ତ ରେଗୁଲାର ଏବଂ ଏକ୍ସରେଗୁଲାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ।

Leave A Reply