ମହାନଦୀରେ ବୁଡ଼ିଗଲେ ୩ ଯୁବକ: ଜଣେ ଉଦ୍ଧାର, ୨ ନିଖୋଜ

କଟକ: କଟକ ଯୋବ୍ରା ନିକଟରେ ମହାନଦୀରେ ୩ ଜଣ ଯୁବକ ବୁଡ଼ି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଜଣକୁ ଉଦ୍ଧାର କରାଯାଇଛି। ଅନ୍ୟ ଦୁଇ ଜଣ ନିଖୋଜ ଥିବା ସୂଚନା ମିଳିଛି। ତିନି ଯୁବକଙ୍କ ଘର ଚୂନଭାଟି ଚାରିଘରିଆରେ ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ୩ ସାଙ୍ଗ ରବିବାର ଗାଧୋଇବାକୁ ଆସିଥିବା ବେଳେ ଏହି ଅଘଟଣ ଘଟିଛି। ୩ ଯୁବକ ମହାନଦୀ​‌ରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ବର୍ତ୍ତମାନ ସୁଦ୍ଧା ଅନ୍ୟ ୨ ଜଣଙ୍କ ସନ୍ଧାନ ମିଳିନାହିଁ। ସେମାନଙ୍କୁ ଉଦ୍ଧାର କରିବାକୁ ଉଦ୍ଧାରକାରୀ ଦଳ ଉଦ୍ୟମ ଜାରି ରଖିଛି।

 

Comments are closed.