ଟ୍ରେନରେ କଟି ୨ ମୃତ

ସୋର: ବାଲେଶ୍ଵର ଜିଲା ସୋର ଷ୍ଟେଶନରେ ଟ୍ରେନରେ କଟି ୨ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଅଜଣା ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ପରେ ଶନିବାର ଭୋର ସମୟରେ ବେଙ୍ଗାଲୁରୁ-ଗୌହାଟୀ ଏକ୍ସପ୍ରେସ ଟ୍ରେନ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଦ୍ବୟଙ୍କ ପରିଚୟ ମିଳିପାରି ନାହିଁ। ଜିଆରପି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ ଚଳାଇଛି।

Comments are closed.