ବାଲି ଟ୍ରକ ଧକ୍କାରେ ଗୁରୁତର ଦୁଇଜଣଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପିତକ୍ଷତଳି ରୋଡ ରାମଚନ୍ଦ୍ରପଲ୍ଲୀ ଏବଂ କୃଷ୍ଣନଗର ମଧ୍ୟରେ ଦୃତଗାମୀ ବାଲି ଟ୍ରକ ଧକ୍କାରେ ଆହାତ ତିନି ଜଣଙ୍କ ମଧ୍ୟରୁ ଦୁଇ ଗୁରୁତରଙ୍କର ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତ ଦୁଇଜଣ ବଡଗଡ ଥାନା ଅନ୍ତର୍ଗତ ବରିକଟ ଗ୍ରାମର କାଳିଆ ଗୌଡ଼ ଏବଂ ନାଉଗଡ଼ ଗ୍ରାମର ପ୍ରସନ୍ନ ଗୌଡ ବୋଲି ବ୍ରହ୍ମପୁର ବଡ଼ମେଡ଼ିକାଲ ଫାଣ୍ଡି ଅଧିକାରୀ ଜନ୍ମଜେୟ ମଲ୍ଲିକ ସୂଚନା ଦେଇଛନ୍ତି। ତିନୋଟି ମଟରସାଇକେଲ ୬ ଜଣ ସୁରଳ ଠାରେ ଥିବା ଏକ ଘରୋଇ କ୍ଲିନିକ୍ ରେ ନିଜର ଚିକିତ୍ସା କରାଇ ଘରକୁ ଫେରୁଥିଲେ। ଏମାନଙ୍କ ମଧ୍ୟରୁ କାଳିଆ ଓ ପ୍ରସନ୍ନ ଦୁଇ ଜଣ ଏକ୍ସସେଲ ଗାଡି ( ଓଡ଼ି୩୨ଏ ୬୧୦୫) ରେ ଯାଉଥିବା ବେଳେ ସାମାନାପଟୁ ହଠାତ ଏକ ବକ୍ଷଲିବୋଝେଇ ଟ୍ରକ ଯାହାର ନଂ ଓଆର ୧୬ଡି ୩୮୭୨ ଦ୍ରୁତ ଗତିରେ ଆସି ସେମାନଙ୍କୁ ଧକ୍କା ଦେଇଥିଲା।ଯାହା ଫଳରେ ଦୁଇଜଣ ଗୁରୁତର ଆହତ ହୋଇଥିଲେ,ଏହା ସହ ସେମାନଙ୍କ ପଛରେ ଅନ୍ୟ ଏକ ମୋଟରସାଇକେଲ ମଧ୍ୟ ଦୁର୍ଘଟଣା ଗ୍ରସ୍ତ ହେବାରୁ ମୋଟରସାଇକେଲରେ ବସିଥିବା ଜଣେ ମହିଳା ମଧ୍ୟ ଆହତ ହୋଇଥିଲେ। ସମସ୍ତ ଆହାତଙ୍କୁ ବଡ଼ ମେଡ଼ିକାଲ ନିଆଯାଇଥିବା ବେଳେ କାଳିଆ ଓ ପ୍ରସନ୍ନଙ୍କ ମୃତ୍ୟୁ ଘଟିଛି।

Comments are closed.