ମର୍ମନ୍ତୁଦ ସଡକ ଦୁର୍ଘଟଣା; ୨ ବାଇକ ଆରୋହୀ ମୃତ

ଖଡିଆଳ : ନୂଆପଡା ଜିଲା ଖଡିଆଳ ବ୍ଲକ ସାନମହେଶ୍ୱର ଗ୍ରାମ ନିକଟସ୍ଥ ୩୫୩ ନଂ ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ବରଗାଁ ପଞ୍ଚାୟତର ପୋଡାପାଲି ଗ୍ରାମର ରାଜ କୁମାର ଶବର ଏବଂ ଡୁମେରବାହାଲ ଗ୍ରାମର ଦିବ୍ୟରଞ୍ଜନ ଘିଭେଲା ଉଭୟେ ସାଙ୍ଗ କୌଣସି କାମରେ କୋମନାକୁ ଯାଇ ଏକ ବାଇକ ଯୋଗେ ବିଳମ୍ବିତ ରାତ୍ରରେ ଫେରୁଥିବା ବେଳେ ରାୟପୁର ପଟରୁ ଆସୁଥିବା ଏକ ପିକଅପ ଭ୍ୟାନ ସହ ସାନମହେଶ୍ୱର ଗ୍ରାମ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ବାଇକରେ ଥିବା ଉଭୟ ରାଜୁ ଶବର ଏବଂ ଦିବ୍ୟରଞ୍ଜନ ଘିଭେଲା ଗୁରୁତର ଆହତ ହୋଇ ପଡି ରହିଥିଲେ। ଶେଷରେ ଉଭୟଙ୍କର ମୃତ୍ୟୁ ହୋଇଯାଇଥିଲା। ଉଭୟଙ୍କ ବୟସ ୨୫ ବୋଲି ଜଣାପଡିଛି।

ଖଡିଆଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ବେଳେ ଘଟଣାର ତଦନ୍ତ ଚାଲୁ ରହିଥିବା ନେଇ ଥାନାଧିକାରୀ କୈଳାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

Comments are closed.