ବିଦ୍ୟୁତ ଆଘାତରେ ଚାଲିଗଲା ଶ୍ଵଶୁର-ବୋହୂଙ୍କ ଜୀବନ

ବାଲେଶ୍ଵର : ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଲିଗଲା ଶ୍ଵଶୁର-ବୋହୂଙ୍କ ଜୀବନ । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରସାଳପୁର ପଞ୍ଚାୟତର ନଦୀଗାଁରେ । ସୂଚନାଅନୁସାରେ ନଦୀଗାଁରେ ରମାନାଥ ଦାସ ବାତ୍ୟା ପୂର୍ବରୁ ନିଜ ଘରେ ବିଦ୍ୟୁତ ତାରକୁ ସଜାଡୁଥିଲେ । ଏହି ସମୟରେ କୌଣସି କାରଣରୁ ସେ ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିଲେ । ବିଦ୍ୟୁତ ଆଘାତ ଲାଗିବା ପରେ ଶ୍ୱଶୁର ଛଟପଟ ହେଉଥିବା ଦେଖି ବୋହୂ ପୁଷ୍ପଲତା ଦାସ ନିଜ ଜୀବନକୁ ଖାତିର ନକରି ଉଦ୍ଧାର କରିବାକୁ ଚାଲି ଆସିଥିଲେ। କିନ୍ତୁ ଦୁର୍ଭାଗ୍ୟବଶତଃ ପୁଷ୍ପଲତା ମଧ୍ୟ ସେହି ବିଦ୍ୟୁତ ଆଘାତର ଶିକାର ହୋଇ ଯାଇଥିଲେ । ସ୍ଥାନୀୟ ଲୋକ ଦୁହିଁଙ୍କୁ ଉଦ୍ଧାର କରି ମେଡିକାଲକୁ ନେଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।  ଉଭୟଙ୍କ ମୃତକଙ୍କ ଶବ ବ୍ୟବଛେଦ ପାଇଁ ବାଲେଶ୍ବର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକରେ ଛାୟା ଖେଳି ଯାଇଛି।

Comments are closed.