ଅଜଣା ଗାଡ଼ି ଧକ୍କାରେ ୨ ସଂକୀର୍ତ୍ତନ ଯାତ୍ରୀଙ୍କର ମୃତ୍ୟୁ

କଟକ : କଟକ ଜିଲ୍ଲା ଟାଙ୍ଗୀ-ଗୋବିନ୍ଦପୁର ନିକଟରେ ଜାତୀୟ ରାଜପଥରେ ରବିବାର ଅଜଣା ଗାଡ଼ି ଧକ୍କାରେ ୨ଜଣ ସଂକୀର୍ତ୍ତନ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ଯାଜପୁରର ପାଣିକୋଇଲି ଅଞ୍ଚଳରୁ ୨୦୦ ଜଣ ସଂକୀର୍ତ୍ତନ ଯାତ୍ରୀ ଆଜି ଚାଲି ଚାଲି ପୁରୀ ଅଭିମୁଖେ ଯାଉଥିବା ବେଳେ ହଠାତ୍ ଅଜଣା ଗାଡ଼ି ପଛରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲ ଆଣିବା ପରେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଦୁଇ ଜଣ ହେଲେ ପାଣିକୋଇଲି ଥାନା ଅନ୍ତର୍ଗତ ନରପଦା ଗାଁର ବରଜୁ ସାମଲ ଓ ଚୈତନ୍ୟ ମଲ୍ଲିକ।

Comments are closed.