ବଜ୍ରାଘାତରେ ୨ ମୃତ

ନୟାଗଡ : ରାଜ୍ୟରେ କେତେକ ସ୍ଥାନରେ ବର୍ଷା ଲାଗି ରହିଥିବା ବେଳେ ଅନେକ ସ୍ଥାନରେ ବଜ୍ରପାତ ଫଳରେ ପ୍ରାଣହାନୀ ହେଉଥିବା ଜଣାପଡ଼ିଛି। ଏଭଳି ଏକ ଦୁଃଖଦ ଘଟଣା ନୟାଗଡ଼ ଜିଲା ଦଶପଲ୍ଲା ଡିହଗାଁରେ ଘଟିଥିବା ମଙ୍ଗଳବାର ଜଣାପଡିଛି। ବଜ୍ରପାତରେ ଜଣେ ମହିଳାଙ୍କ ସମେତ ୨ ଜଣଙ୍କ ମୃତ୍ୟୁ ହୋଇଛି। ସକାଳେ ଘରେ ଥିବା ବେଳେ ଉକ୍ତ ମହିଳା ଓ ଅନ୍ୟ ଜଣଙ୍କ ଉପରେ ବଜ୍ରାଘାତ ହେବା ପରେ ସେମାନଙ୍କୁ ମେଡ଼ିକାଲ ନିଆଯାଇଥିଲା। ମେଡିକାଲରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Comments
Loading...