ଗୋଟିଏ ପରିବାରର ୩ ମୃତଦେହ ଜବତ ; ମୃତ୍ୟୁର କାରଣ ଅସ୍ପଷ୍ଟ

ସୁନ୍ଦରଗଡ : ସୁନ୍ଦରଗଡ ଜିଲା ବଣାଇ ଅନ୍ତର୍ଗତ କୋଇଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିବା ଗୁରୁବାର ଜଣାପଡିଛି। କୋଇଡା ଥାନା ମସଜିଦ ଗଳିର ଏକ ବନ୍ଦ ଘର ଭିତରୁ ଗୋଟିଏ ପରିବାରର ମାଆ ଓ ୩ ବର୍ଷର ଝିଅର ମୃତଦେହ ଠାବ ହୋଇଥିବା ବେଳେ ମହିଳାଙ୍କ ସ୍ୱାମୀର ମୃତଦେହ ଘର ଠାରୁ କିଛି ଦୂରରେ ଥିବା ଜଙ୍ଗଲରୁ ଜବତ ହୋଇଛି। ସେମାନଙ୍କ ପରିଚୟ ଅସ୍ପଷ୍ଟ ରହିଛି। ମହିଳାଙ୍କ ମୃତଦେହ ଘର ଭିତରେ ଝୁଲୁଥିବା ଅବସ୍ଥାରେ ଠାବ ହୋଇଥିବା ବେଳେ ଶିଶୁକନ୍ୟାର ମୃତଦେହ ତଳେ ପଡିଥିବା ଅବସ୍ଥାରେ ସ୍ୱାମୀଙ୍କ ମୃତଦେହ ଜଙ୍ଗଲରୁ ଠାବ ହୋଇଛି। ସଭିଁଙ୍କ ମୃତ୍ୟୁ ସନ୍ଦେହଜନକ ଥିବା ବେଳେ ପାଖ ପଡ଼ୋଶୀଙ୍କ ଠାରୁ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.