ପାହାଡ଼ରୁ ଖସିଲା ପଥର ୨ ମୃତ, ଅନେକ ଆହତ

ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶର ମଣ୍ଡୀରେ ପ୍ରବଳ ବର୍ଷା କାରଣରୁ ବହୁ ସମସ୍ୟା ସୃଷ୍ଟି ହୋଇଛି। ଶୁକ୍ରବାର ସକାଳ ସମୟରେ ମଣ୍ଡୀ ଜିଲାରେ ଶ୍ରୀ ହନୋଗୀ (ସରସ୍ୱତୀ)ଙ୍କ ମନ୍ଦିର ନିକଟରେ ୨ଟି ଯାନ ଉପରକୁ ପାହାଡରୁ ପଥର ଖସିପଡ଼ିଥିବା ଜଣାପଡ଼ିଛି। ଏଥିପଥର ପଥର ତଳେ ଦବି ଯାଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଅନ୍ୟ କେତେ ଜଣ ଏଥିରେ ଆହତ ମଧ୍ୟ ହୋଇଛନ୍ତି। ପଥର ଖସିବାରୁ ମନ୍ଦିର ଓ ମନ୍ଦିରର ଆଖପାଖ ଅଂଚଳ ଖୁବ କ୍ଷୟକ୍ଷତି ହୋଇଛି।ରାସ୍ତା ମଧ୍ୟ ଜାମ୍ ହୋଇ ଯାଇଥିବା ସହ ଏଥିରେ ଆହତ ଲୋକଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି। ରାସ୍ତାରୁ ପଥର ଖଣ୍ଡ ହଟାଇବାର କାର୍ଯ୍ୟ ଜାରି ରହିଛି।
ସେହିପରି ପ୍ରବଳ ବର୍ଷା ପରେ ଗୁପ୍ତକାଶୀରେ କେଦାରନାଥ ହାଇୱେର ୭୦ ମିଟର ଅଂଶ ଭାସି ଯାଇଛି। କେଦାରନାଥଘାଟୀର ଉଷାଡ଼ା ଗାଁରେ ବର୍ଷା ଜଳ ଲୋକଙ୍କ ଘରେ ମଧ୍ୟ ପଶିଯାଇଛି। କିଛି ଘର ମଧ୍ୟ ଭାଙ୍ଗିଛି। ପ୍ରାୟ ୪୦ରୁ ଅଧିକ ପରିବାର ନିଜ ଘର ଛାଡ଼ି ସୁରକ୍ଷିତ ସ୍ଥାନକୁ ଯାଇ ରହିଛନ୍ତି ବୋଲି ସୂଚନା ମିଳିଛି।

Comments are closed.