’ବିଗ୍ ବାସ୍କେଟ’ରୁ ୨ କୋଟି ଲୋକଙ୍କ ଡ଼ାଟା ଚୋରି, ୪୦ ହଜାର ଡ଼ଲାରରେ ବିକ୍ରି କରିଛି କମ୍ପାନୀ

2-crore-user-data-stolen-from-bigbasket-in-a-security-breach

ନୂଆଦିଲ୍ଲୀ:  ଦିନକୁ ଦିନ ସାଇବର ଅପରାଧ ବଢ଼ିବାରେ ଲାଗିଛି । ଇଣ୍ଟରନେଟ ସହ ଜଡ଼ିତ ବ୍ୟକ୍ତିମାନଙ୍କର ବ୍ୟକ୍ତିଗତ ତଥ୍ୟ ଚୋରି ହେଉଛି । ଏବେ ଆଉ ଏକ ଚମକାଇଦେବା ପରି ଖବର ଆସିଛି । ଗ୍ରୋସୋରୀ ଓ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ସଂସ୍ଥା ‘ବିଗ୍ ବାସ୍କେଟ’ରୁ ପ୍ରାୟ ୨ କୋଟି ଲୋକଙ୍କ ବ୍ୟକ୍ତିଗତ ସୂଚନା ଚୋରି ହୋଇଛି । ଚୋରି ହୋଇଛି ବୋଲି କହିଲେ ଠିକ୍ ହେବ ନାହିଁ, କମ୍ପାନୀ ଏହି ତଥ୍ୟକୁ ୪୦ ହଜାର ଡ଼ଲାର (ପ୍ରାୟ ୩୦ ଲକ୍ଷ ଟଙ୍କା)ରେ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି ।

ଅନଲାଇନ ଖାଦ୍ୟ ଏବଂ ଗ୍ରୋସରୀ ଷ୍ଟୋର୍‌ ବିଗବ୍ୟାସ୍କେଟ୍ ରବିବାର ସେମାନଙ୍କର ଇଣ୍ଟରନେଟ ବ୍ୟବସ୍ଥା ବ୍ରିଚ୍ ହୋଇଥିବା ସୂଚନା ଦେଇଥିଲା । କମ୍ପାନୀ ପକ୍ଷରୁ କୁହାଯାଇଥିଲା ଏହାଫଳରେ ପ୍ରାୟ ୨୦ ନିୟୁତ ଅର୍ଥାତ ୨ କୋଟି ଲୋକଙ୍କ ତଥ୍ୟ ଚୋରି ହୋଇଛି । ଏ ସମ୍ପର୍କରେ କମ୍ପାନୀ ବେଙ୍ଗାଲୁରୁ ପୁଲିସର ସାଇବର ସେଲ୍ ନିକଟରେ ଅଭିଯୋଗ କରାଯାଇଛି । ମାତ୍ର ବେଙ୍ଗାଲୁର ପୁଲିସ ଏ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

ଟେକ୍ ସାଇନ୍ ଦି ୱର୍ଜ ଅନୁଯାୟୀ ବିଗ୍ ବାସ୍କେଟରେ ସୁରକ୍ଷା ଉଲ୍ଲଂଘନ ଯୋଗୁଁ ପ୍ରାୟ ୨୦ ନିୟୁତ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି କରିଛି। ଗ୍ରାହକଙ୍କ ତଥ୍ୟ ସାଇବର କ୍ରାଇମ ବଜାରରେ ପ୍ରାୟ ୪୦ ହଜାର ଡଲାର (ପ୍ରାୟ ୩୦ଲକ୍ଷ ଟଙ୍କା) ରେ ବିକ୍ରି ହେଉଛି।ପ୍ରାପ୍ତ ସୂଚନା ଅନୁଯାୟୀ, ଏହି ସୁରକ୍ଷା ଉଲ୍ଲଂଘନରେ ଗ୍ରାହକଙ୍କ ନାମ, ବୟସ, ଠିକଣା, ମୋବାଇଲ୍ ନମ୍ବର, ଅବସ୍ଥାନ ଏବଂ ଆଇପି ଠିକଣାର ବିବରଣୀ ଚୋରି ହୋଇଛି। ତେବେ କମ୍ପାନୀ ଏହା ସ୍ପଷ୍ଟ କରିଛି ଯେ ବ୍ୟବହାରକାରୀଙ୍କ କ୍ରେଡିଟ କାର୍ଡ ଏବଂ ଅନ୍ୟାନ୍ୟ ଆର୍ଥିକ ବିବରଣୀ ସମ୍ପୂର୍ଣ୍ଣ ସୁରକ୍ଷିତ ଅଟେ।
ଉଲ୍ଲେଖଯୋଗ୍ୟ, ଟାଟା ଗ୍ରୁପ୍ ନିକଟରେ ଏହି ଗ୍ରୋସରୀ କମ୍ପାନୀ କିଣିବା ବିଷୟରେ ଆଲୋଚନା କରିଛି। ନଅ ବର୍ଷ ବୟସ୍କ ବିଗ୍ ବ୍ୟାସ୍କେଟରେ ଚାଇନାର ଇ-କମର୍ସ କମ୍ପାନୀ ଆଲିବାବା, ମାଇର ଆସେଟ୍-ନାଭର୍ ଏସିଆ ଅଭିବୃଦ୍ଧି ପାଣ୍ଠି ଏବଂ ବ୍ରିଟିଶ୍ କମ୍ପାନୀ ସିଡିସି ଗ୍ରୁପ୍ ଦ୍ୱାରା ବିନିଯୋଗ ହୋଇଛି।

Comments are closed.