MEllora 950×100

ଯୁବତୀଙ୍କୁ ଗଣ ଦୁଷ୍କର୍ମ, ୨ ଗିରଫ କୋର୍ଟ ଚାଲାଣ

କଣ୍ଟାବାଞ୍ଜି : ତୁରେକେଲା ଥାନା ଅନ୍ତର୍ଗତ ବଡ଼ବାଙ୍କି ପଞ୍ଚାୟତ ମୁଖ୍ୟାଳୟ ଠାରେ  ଧନୁଯାତ୍ରା ଉପଲକ୍ଷେ ମୀନା ବଜାର ବସିଥିଲା । ଗତ ୩୦ ତାରିଖ ବୁଧବାର ରାତିରେ ମୀନାବଜାର ଦେଖି ଘରକୁ ଫେରୁ ଥିବା ବେଳେ ତିନି ଜଣ ଯୁବକ ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖି ଥିଲା। ଏହି ଘଟଣାରେ ଅଭିଯୁକ୍ତ ମହାଖଣ୍ଡ ଗ୍ରାମର ରମେଶ ବେହେରା(୨୨) ଓ ବରଗଡ଼ ଜିଲ୍ଲା ପାଇକ ମାଲ ଥାନା ଅଞ୍ଚଳର ଜୀବର୍ଦ୍ଧନ ବେହେରା(୧୯) କୁ ଗିରଫ କରିବାାର ସକ୍ଷମ ହୋଇଥିଲେ। ରବିବାର ସନ୍ଧ୍ୟାରେ ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ, ଜାମିନ ଆବେଦନ ନାମଞ୍ଜୁର ହେବାରୁ, ୧୪ ଦିନ ପାଇଁ କଣ୍ଟାବାଞ୍ଜି ଉପକାରାଗାରକୁ ପଠାଇ ଦିଆଯାଇଥିବା ତଦନ୍ତ କାରି ଅଧିକାରୀ ଏସ. ଆଇ ମଛୀନ୍ଦ୍ର ଚାଲାଣଙ୍କ ସୂତ୍ରରୁ ଜଣା ପଡିଛି। ଏହି ଘଟଣାରେ ସମ୍ପୃକ୍ତି ଅନ୍ୟ ଜଣେ ଯୁବକ ଫେରାର ଥିବା ତୁରେକେଲା ଥାନା ଭାରପ୍ରାପ୍ତ ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ସୂଚନା ଦେଇଛନ୍ତି।

Comments are closed.