ଭବାନୀପାଟଣାରେ ୨ କରୋନା ସଂକ୍ରମିତ ଚିହ୍ନଟ

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣାରୁ ୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନେ ଲାଞ୍ଜିଗଡ଼ ବ୍ଲକ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ କ୍ବାରେଣ୍ଟାଇନରେ ଥିଲେ। ସେମାନେ ତାମିଲନାଡୁରୁ ଫେରିବା ପରେ ୨୮ ତାରିଖରୁ କ୍ବାରେଣ୍ଟାଇନରେ ରହିଥିଲେ। ସେମାନଙ୍କଠାରେ କରୋନା ଲକ୍ଷଣ ଦେବା ଦେବା ପରେ ସେମାନଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରଯିବା ସହିତ ସ୍ବାବ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଉଭୟଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହି ୨ ଜଣଙ୍କ ବ୍ୟତୀୟ ଅନ୍ୟ ଜଣେ ମଧ୍ୟ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ଘର ଧର୍ମଗଡ଼ ଅଞ୍ଚଳରେ। ସେ ମଧ୍ୟ ତାମିଲନାଡୁରୁ ଫେରିବା ପରେ ୨୮ ତାରିଖରୁ କ୍ବାରେଣ୍ଟାଇନରେ ରହିଥିଲେ। ବର୍ତ୍ତମାନ ସୁଦ୍ଧା ଜିଲାରେ ୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୫ ଜଣ ସୁସ୍ଥ ହୋଇ ଫେରିଛନ୍ତି।

Comments are closed.