MEllora 950×100

୩୦ ସୁଦ୍ଧା ଜଣାଅ ସିସିଟିଭି ସ୍ଥିତି, ନ ହେଲେ ମିଳିବନି ଆଡମିଟ୍ କାର୍ଡ

ଭୁବ‌େ‌ନଶ୍ବର: +୨ ପରୀକ୍ଷା ପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ପରୀକ୍ଷା ହଲ, ଲାବୋରେଟୋରୀ ଏବଂ ଷ୍ଟ୍ରଙ୍ଗରୁମ୍ ଆଦିରେ ପୂର୍ବରୁ ଲାଗିଥିବା ସିସିଟିଭି କ୍ୟାମେରା କାମ କରୁଛି ନା ନାହିଁ; ତାହା ସୁନିଶ୍ଚିତ କରିବାକୁ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦେଶ ଦେଇଛନ୍ତି। ସେହିପରି ଯଦି ଏପର୍ଯ୍ୟନ୍ତ ସିସିଟିଭି ନଥିବ, ତାହେଲେ ଏହା ଲଗାଇବାକୁ କୁହାଯାଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ସାମ୍ସ ଇ-ସ୍ପେସରେ ଉପଲବ୍ଧ ଥିବା ସିସିଟିଭି ଲିଙ୍କରେ ସମସ୍ତ ଶିକ୍ଷାନୁଷ୍ଠାନ ସିସିଟିଭି ଷ୍ଟାଟସ ଅପଡେଟ୍ କରିବାକୁ କୁହାଯାଇଛି। ଯେଉଁ କଲେଜ/ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସିସିଟିଭି ସ୍ଥିତି ଜଣାଇବାରେ ବିଫଳ ହେବେ, ସମ୍ପୃକ୍ତ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ପାଇଁ ଆଡମିଟ୍ କାର୍ଡ ଡାଉନଲୋଡ୍ ଲିଙ୍କ ପ୍ରଦାନ କରାଯିବନି। ସେହିପରି ପରୀକ୍ଷା ପରିଚାଳନା ହବ୍ ଭା‌େ‌ବ ଘୋଷିତ ସ୍ବୟଂଶାସିତ ମହାବିଦ୍ୟାଳୟଗୁଡ଼ିକ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି।

Comments are closed.