କାର ଭିତରେ ଶ୍ୱାସରୁଦ୍ଧ ହୋଇ ୨ ଶିଶୁ ମୃତ;୨ ଗୁରୁତର

ଲକ୍ଷ୍ନୌ : ଖେଳିବା ସମୟରେ ବହୁ ଶିଶୁମାନେ ଅସାବଧାନତା ହେଉ ଅଥବା ଅଜାଣତରେ ବିପଦରେ ପଡ଼ିବା ସହ ସେମାନଙ୍କ ଜୀବନ ମଧ୍ୟ ଚାଲିଯାଏ। ଉତରପ୍ରଦେଶର ମୋରଦାବାଦ ସହରରେ ଏଭଳି ଏକ ଘଟଣା ଘଟିଥିବା ମଙ୍ଗଳବାର ଜଣାପଡ଼ିଛି। ଖେଳୁଥିବା ସମୟରେ କାର ଭିତରେ ଫସିଯାଇ ଶ୍ୱାସ ରୁଦ୍ଧ ହୋଇ ୨ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ପୁଲିସ ସୂଚନା ଅନୁଯାୟୀ, କାର ଭିତରେ ୪ ଜଣ ଶିଶୁ ଖେଳୁଥିବା ସମୟରେ ହଠାତ କାରଟି ଲକ ହୋଇଯାଇଥିଲା। ଫଳରେ କାର ଭିତରେ ଶ୍ୱାସରୁଦ୍ଧ ହୋଇ ୨ଶିଶୁ ପ୍ରାଣ ହରାଇଥିଲେ। ସମସ୍ତ ଶିଶୁଙ୍କ ବୟସ ୪ ରୁ ୭ ବର୍ଷ ମଧ୍ୟରେ ହେବ। ଦୀର୍ଘ ସମୟ ଧରି ପିଲାମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିବା ପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ କାର ଭିତରୁ ଉଦ୍ଧାର କରି ୪ ଜଣ ଶିଶୁଙ୍କୁ ହସ୍ପିଟାଲ ନେଇଥିଲେ। ଡ଼ାକ୍ତର ସେଠାରେ ୨ ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଶିଶୁ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Comments are closed.