ଘର ଭିତରକୁ ପଶିଗଲା ଭ୍ୟାନ ; ୨ ଶିଶୁ ମୃତ, ୪ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ ଝରାବାହାଲ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ରାସ୍ତା କଡରେ ଥିବା ଏକ ଘର ଭିତରକୁ ଭ୍ୟାନ ପଶିଯିବାରୁ ୨ ଶିଶୁଙ୍କ ଜୀବନ ଚାଲିଯାଇଛି। ଏହି ଘଟଣାରେ ଆଉ ୪ ଶିଶୁ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘରେ ନିଆଁ ପୁଇଁବା ବେଳେ ଭ୍ୟାନ ମାଡ଼ି ଯାଇଥିବା ନେଇ ସୂଚନା ମିଳିଛି। ଘଟଣା ବିଷୟରେ ଅଧିକ ଖବର ହସ୍ତଗତ ହୋଇପାରି ନାହିଁ।

Comments are closed.