ନୟାପଲ୍ଲୀର ୨ ବସ୍ତି କଣ୍ଟେନମେଣ୍ଟ ଜୋନ, ୟୁନିଟ ୪ ହାଟ ବନ୍ଦ

ଭୁବନେଶ୍ୱରର ନୟାପଲ୍ଲୀ ଅନ୍ତର୍ଗତ ସୀତାପୁର ବସ୍ତିରେ ଅଧିକ ସଂଖ୍ୟାରେ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ ଆଜିଠାରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ସାଧାରଣ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ଡଃ ମିଲନ ପାଳିତଙ୍କ ବାସଗୃହ ଠାରୁ ସୀତାଂଡର ବସ୍ତି ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି। ସେହିପରି ନୟାପଲ୍ଲୀ ତ୍ରିନାଥ ବସ୍ତି ଅଞ୍ଚଳକୁ ମଧ୍ୟ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏଥି ସହ ଅଳକାବାଦ ବ୍ୟାଙ୍କରୁ ଦୁର୍ଗା ମଣ୍ଡପ, ଦୁର୍ଗା ମଣ୍ଡପରୁ ତାରିଣୀ ମନ୍ଦିର ଓ ତାରିଣୀ ମନ୍ଦିରରୁ କବାଡି ଦୋକାନ ଯାଏଁ ସମସ୍ତ ଅଞ୍ଚଳ କଣ୍ଟେନମେଣ୍ଟ ଜୋନ ଅଧୀନରେ ରହିବ।

କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ଅଂଚଳରେ ସମସ୍ତ ପ୍ରକାର ଗତିବିଧି ବନ୍ଦ ରହିବ ସହ ଦୋକାନ ବଜାର ବନ୍ଦ ରହିବ। ଜରୁରୀକାଳୀନ ସେବା ବ୍ୟତୀତ ବିଏମସି ସମସ୍ତ ସେବା ଯୋଗାଇ ଦେବ ବୋଲି ଜଣାପଡିଛି।

Comments are closed.