ପ୍ରକାଶ ପାଇଲା +୨ କଳା ପରୀକ୍ଷାଫଳ

ଭୁବନେଶ୍ୱର : ପ୍ରକାଶ ପାଇଲା +୨ କଳା ରେଜଲ୍ଟ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଅପରାହ୍ନ ୪ଟା ୫ରେ ପରୀକ୍ଷାଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ୨ ଲକ୍ଷ ୧୩ ହଜାର ୪୦୬ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ପାସ ହାର ୮୨.୧୦%। ୧ଲକ୍ଷ ୭୧ ହଜାର ୨୮୮ ଛାତ୍ରଛାତ୍ରୀ ପାସ୍‍ କରିଛନ୍ତି। ୧୭୭ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ରଖିଛନ୍ତି। ୨୮ ଉଚ୍ଚ ମାଧ୍ୟମିକ ସ୍କୁଲର ଶତପ୍ରତିଶତ ପିଲା ପାସ୍‍ କରିଛନ୍ତି।କୌଣସି ଉଚ୍ଚ ମାଧ୍ୟମିକ ସ୍କୁଲର ଶୂନ୍ୟ ରେଜଲ୍ଟ ହୋଇ ନାହିଁ ବୋଲି ସୂଚନା ମିଳିଛି। www.odisharesults.nic.inରେ ପରୀକ୍ଷା ଫଳ ଉପଲବ୍ଧ।

Comments are closed.