ଭାରସିଂ ଗ୍ରାମର ଚୋରୀ ଘଟଣା : ଚୋରି ଅଳଙ୍କାର ସହ ନଗଦ ୧ଲକ୍ଷ ଜବତ, ୨ଗିରଫ 

ଗୁଣପୁର : ଗୁଣପୁର ଉପକଣ୍ଠ ଭାରସିଂ ଗ୍ରାମର ଚୋରୀ ଘଟଣାରେ ପୁଲିସ ୨ଜଣ ଅଭିଯୁକ୍ତକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଅନ୍ୟ ଜଣେ ଅଭିଯୁକ୍ତ ସହଯୋଗୀକୁ ଧରିବା ପାଇଁ ମଧ୍ୟ ପୁଲିସ  ଅନୁସନ୍ଧାନ ଜାରି ରଖିଥିବା ନେଇ ସୂଚନା ମିଳିଛି।
ପୁଲିସ ସୂଚନାନୁଯାୟୀ ଗତ ୨ତାରିଖରେ ଭାରସିଂ ଗ୍ରାମର କ୍ରିଷ୍ଣା ରାଓ ସାହୁକାର ସପରିବାର ସହ ମେଡିକାଲ କାର୍ଯ୍ୟରେ ପାରଳାଖେମୁଣ୍ଡି ଯାଇଥିଲେ। ସେହି ଦିନ ରାତିରେ ତାଙ୍କ ଘରୁ ଟଙ୍କା ଏବଂ ଅଳଙ୍କାର ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ପୁଲିସ ବ୍ୟାପକ ତଦନ୍ତ ଜାରି ରଖିଥିଲା। ଏହି ଘଟଣାରେ ଦେଣ୍ଡୁଗୁଡା ଗ୍ରାମର ଯୋଗେଶ୍ୱର ଲିମା ଏବଂ ଚାଲକମ୍ବା ଗ୍ରାମର ବିଧୁଭୂଷ ଲିମା ସମ୍ପୃକ୍ତି ଥିବା ନେଇ ଆଜି ପୁଲିସ ସୂଚନା ପ୍ରଦାନ କରିଛି। ଏମାନଙ୍କ ନିକଟରୁ ୮ତୋଳା ସୁନା ଅଳଙ୍କାର ସହ ନଗଦ ଏକ ଲକ୍ଷ ବାର ହଜାର ଟଙ୍କା ଜବତ କରାଯାଇଛି ବୋଲି ପୁଲିସ କହିଛି।ଏ ଥିରେ ଅନ୍ୟ ଜଣେ ଆସାମୀ ମଧ୍ୟ ସମ୍ପୃକ୍ତ ଥିବା ବେଳେ ତାକୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଆଜି ଏସଡିପିଓ ଅଜୟ କୁମାର ବାରିକ ଏବଂ ଆଇଆଇସି ଯଶୋବନ୍ତ ହିଆଲ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।ପ୍ରକାଶ ଥାଉକି ଅଭିଯୋଗକାରୀ ଚନ୍ଦ୍ର ରାଓ ସାହୁକାର ନଗଦ ୭ ଲକ୍ଷ ଏବଂ ୮ତୋଳା ସୁନା ଅଳଙ୍କାର ଚୋରି ହୋଇଥିବା ନେଇ ଏତଲାରେ ଉଲେଖ କରିଛନ୍ତି। ବର୍ତ୍ତମାନ ସୁଦ୍ଧା ସମସ୍ତ ଅଳଙ୍କାର ଜବତ ହୋଇଥିବା ବେଳେ ନଗଦ ମାତ୍ର ଏକ ଲକ୍ଷ ବାର ହଜାର ଜବତ ହୋଇଛି। ଅନ୍ୟ ଅଭିଯୁକ୍ତ ଧରାପଡିବା ପରେ ହିଁ ସମସ୍ତ ତଥ୍ୟ ଜଣାପଡିବ ବୋଲି ପୁଲିସ କହିଛି।

Comments are closed.