ଖଣ୍ଡଗିରି ହତ୍ୟାକାଣ୍ଡରେ ମୁଖ୍ୟ ଅଭିଯୁକ୍ତ ସମେତ ୨ ଗିରଫ

ଭୁବନେଶ୍ବର: ଖଣ୍ଡଗିରି ଅନ୍ତର୍ଗତ ବାହାଦଲପୁରର ଅନୀଲ ଜେନା ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ ହୋଇଛି। ମୁଖ୍ୟ ଅଭିଯୁକ୍ତ ବାପି ଜେନା ସମେତ ୨ ଜଣଙ୍କୁ ପୁଲିସ ଗିରଫ କରିଛି। ସୂଚନାଯୋଗ୍ୟ, ନଭେମ୍ବର ୭ ତାରିଖରେ ବାହାଦଲପୁର ଅଞ୍ଚଳରେ ଗୁଳି କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ହତ୍ୟାକାଣ୍ଡ ପରେ ମୁଖ୍ୟ ଅଭିଯୁକ୍ତ ବାପି ଜେନା ଫେରାର ହୋଇ ଯାଇଥିଲା।

Comments are closed.