ବରଗଡ଼ରେ ନକଲି ମଦ ଜବତ – ୨ ଗିରଫ

ବରଗଡ଼: ବରଗଡ଼ରେ ନକଲି ମଦ କାରବାର କରୁଥିବା ଘଟଣାରେ ଆଜି ବରଗଡ଼ ପୁଲିସକୁ ଏକ ବଡ ସଫଳତା ମିଳିଛି। ବରଗଡ଼ ସମେତ ଆଖପାଖ ଜିଲାରେ ମଧ୍ୟ ଏହି ନକଲି ବିଦେଶୀ ମଦ କାରବାର ଚଳାଉଥିବାକୁ ନେଇ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅପରାଧୀ ମାନେ ହେଲେ ବରଗଡ଼ ମାତୃବିହାରର ଅବିନାଶ ଗୁପ୍ତା ଓ ବଲାଙ୍ଗୀରର ଶତ୍ରୁଘ୍ନ ଗୁପ୍ତା। ପୁଲିସ ସେମାନଙ୍କଠାରୁ ୨୮ ଲକ୍ଷ ଟଙ୍କା ଏବଂ ନକଲି ଷ୍ଟିକର, ନିଶା ବଟିକା ତଥା ବ୍ୟାପକ ପରିମାଣରେ ନକଲି ମଦ ଜବତ କରିଛି। କେଶ ନଂ ୧୪୦/୨୦ରେ ଏନେଇ ବରଗଡ଼ ଟାଉନଥାନାରେଏକ ମାମଲା ରୁଜୁ କରି ଦୁଇ ଅପରାଧୀଙ୍କୁ ପୁଲିସ ଗିରଫ କରିଛି ବୋଲି ଅତିରିକ୍ତ ଏସପି ଅମରେନ୍ଦ୍ର ରଣା ସୂଚନା ଦେଇଛନ୍ତି।

Comments are closed.