୨ ଶିକାରୀଙ୍କୁ ଧରିଲା ଜଙ୍ଗଲ ବିଭାଗ: ହରିଣ ସିଂଘ, ଚମଡା, ଫାଶ ସହ ଦେଶୀ ବନ୍ଧୁକ ଜବତ

ରେଢ଼ାଖୋଲ: ରେଢ଼ାଖୋଲ ବନଖଣ୍ଡର ବିଭିନ୍ନ ଅଂଚଳରେ ଗତ କିଛିଦିନ ହେବ ବନ୍ୟଜନ୍ତୁ ଶିକାରୀ ସକ୍ରିୟ ଥିବା ଜଣାପଡିଛି।କେତେବେଳେ ଚୋରା ଦେଶୀ ବନ୍ଧୁକରେ ଜନ୍ତୁ ଶିକାର କରୁଥିବା ବେଳେ ଆଉକେତେବେଳେ ସଂରକ୍ଷିତ ଜଂଗଲ ଦେଇଯାଇଥିବା ୧୧ କେଭି ବିଦ୍ୟୁତ ଲାଇନ୍‍ ସଂଯୋଗ କରି ଜନ୍ତୁ ଶିକାର କରୁଥିବା ଅଭିଯୋଗ ହୋଇଆସୁଛି।

ସୋମବାର ବିଳମ୍ବିତ ରାତିରେ ଏହି ବନଖଣ୍ଡର ବଡବାହାଳ ରେଂଜ ଚୁଡାପୁଡୁଗ ଗ୍ରାମରେ ବନବିଭାଗ ଚଢଉ କରି ୨ ଶିକାରୀ ଗରିଫ କରିଛି।ସେମାନଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ,ଗୋଟିଏ ହରୀଣ ସିଙ୍ଗ,,ଜାଲ ଓ ଫାସ ଜବତ କରିଥିବା ନେଇ ଡିଏଫଓ ପ୍ରଦୀପ୍ତ କୁମାର ସାହୁ କହିଛନ୍ତି।

ସୂଚନା ଅନୁସାରେ  ସୋମବାର ରାତ୍ରିରେ ବଡବାହାଳ ରେଂଜ ଅଂଚଳରେ ଅବାଧ ବନ୍ୟଜନ୍ତୁ ଶିକାର କରୁଥିବା ନେଇ କୌଣସି ସୁତ୍ରରୁ ଡିଏଫଓ ସୂଚନା ପାଇ ଚଢ଼ଉ ନିମନ୍ତେ ଜଙ୍ଗଲ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ । ବଡବାହାଳ ରେଂଜ ଅଧିକାରୀ ସଦଳବଳେ ଚଡପୁଡୁଗ ଗ୍ରାମରେ ଚଢଉ କର ଅବାଧ ବନ୍ୟଜନ୍ତୁ ଶିକାର କରିଥିବା ଅଭିଯୋଗରେ ଜଗବନ୍ଧୁ ନାଗ(୩୫) ଓ ରାଜୁ ଖଡିଆ(୩୨)ଙ୍କ ଘରେ ଚଢଉ କରିବା ସହ ଉଭୟଙ୍କୁ ଗିରଫ କରିଥିଲେ। ସେହିପରି ତାଙ୍କ ପାଖରୁ ଜବତ ହୋଇଥିବା ବନ୍ୟଜନ୍ତୁ ଚମଡା ଗୁଡିକର ଅଧିକ ତଦନ୍ତ ପାଇଁ ଭୁବନେଶ୍ୱର ଲାବୋରେଟାରୀକୁ ପଠାଯାଇ ରିପୋର୍ଟ ଆସିଲେ କେଉଁ ପ୍ରତଜାର ବନ୍ୟଜନ୍ତୁ ଚମଡା ସେନେଇ ସ୍ପଷ୍ଟ କରିହେବ ବୋଲି ଡିଏଫଓ ଶ୍ରୀ ସାହୁ କହିଛନ୍ତି।

ପ୍ରକାଶ ଥାଉ କି ଗତ ସେପ୍ଟମ୍ବର ମାସ ୧୧ ତାରିଖରେ ଏହି ବନଖଣ୍ଡ ବଡମାଳ ରେଂଜ ରେଙ୍ଗାଳୀ ସଂରକ୍ଷିତ ଜଂଗଲରୁ ୫୦କେଜି ହରିଣ ମାଂସ ଓ ଦେଶୀ ନ୍ଧୁକ ସହ ୨ ଜଣ ଶିକାରୀଙ୍କୁ ଗିରଫ କରିଥିବା ବେଳେ ପୁଣି ସେହି ମାସ ୨୦ ତାରିଖରେ ଚାରମାଳ ରେଂଜ ଚୁଡାପୁଡଗ ଗ୍ରାମର ଜଣେ ଶିକାରୀ ୧୧ କେଭି ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିଲେ। ହେଲେ ପୁଣି ଅକ୍ଟୋବର ୨୨ ତାରିଖ ରାତ୍ରିରେ ଚାରମାଳ ରେଂଜ ବଡହିଣ୍ଡୋଳ ଗ୍ରାମ ନିକଟରେ ଯାଇଥିବା ୧୧ କେ.ଭି ଉଚ୍ଚ କ୍ଷମତା ସଂପନ୍ନ ବିଦ୍ୟୁତ ଲାଇନ ସଂଯୋଗ କରି ବନ୍ୟଜନ୍ତୁ ଶିକାର ପାଇଁ ତାର ବିଛାଉଥିବା ବେଳେ ବନବିଭାଗ ହାବୁଡରେ ପଡି ୨ ଜଣ ଶିକାରୀଙ୍କୁ ଗିରଫ ହୋଇଥିଲେ।

ଅନ୍ୟପକ୍ଷରେ ବନବିଭାଗର କିଛି ଅସାଧୁ କର୍ମଚାରୀଙ୍କ ଯୋଗୁଁ ବାରମ୍ବାର ବନ୍ୟଜନ୍ତୁ ଶିକାର ହେବା ସହ ଅମୁଲ୍ୟ ବନ୍ୟ ସଂପଦ ଚୋରି ହେଉଥିବା ସାଧାରଣରେ ଚ୍ଚର୍ଚ୍ଚା ହେଉଛି।ଏଦିଗରେ ଉଚ୍ଚ କତ୍ତୃପକ୍ଷ ଗୁରୁତ୍ୱ ଦେଇ ପଦକ୍ଷେପ ଗ୍ରହଣ କଲେ ଆଗାମୀ ଦିନରେ ଅମୁଲ୍ୟ ବନ୍ୟଜନ୍ତୁ ଶିକାରକୁ ରୋକାଯାଇ ପାରି ବୋଲି ଦାବି ହେଉଛି।

Comments are closed.