ବାଇକ୍ ପୋଡି ଅଭିଯୋଗରେ ଦୁଇ ଗିରଫ

ବୁଗୁଡ଼ା : ବୁଗୁଡ଼ା ଥାନା ବାଲିପଦର ଫାଣ୍ଡି ଅନ୍ତର୍ଗତ ଘୋଡ଼ାପଡା ଗ୍ରାମରେ ବାଇକ୍ ପୋଡି ଅଭିଯୋଗରେ ବାଲିପଦର ପୁଲିସ ବୁଧବାର ଦିନ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ଗିରଫ ଦୁଇ ଜଣ ହେଲେ ଘୋଡାପଡା ଗାଁର ପ୍ରଦୀପ ନାହାକ ଓ ବାବୁ ଗୌଡ। ଏନେଇ ବୁଗୁଡ଼ା ଥାନାରେ କେସ୍ ନଂ ୩୭୧/୨୦ରେ ଏକ ମାମଲା ରୁଜୁ ହୋଇଥିଲା । ପ୍ରକାଶ ଯେ, ଘୋଡାପଡା ଗାଁର ଗଣେଶ ଗୌଡଙ୍କ ସହ ଛଅ ମାସ ପୂର୍ବରୁ କୌଣସି କାରଣରୁ ପ୍ରଦୀପ ଓ ବାବୁର ଶତ୍ରୁତା ଲାଗିରହିଥିଲା ।  ଗଣେଶ ଶନିବାର ରାତିରେ ନିଜ ବାଇକଟିକୁ ଘର ବାରଣ୍ଡାରେ ରଖି ଶୋଇବାକୁ ଯାଇଥିଲେ ।  ହେଲେ କୌଣସି କାରଣରୁ ତାଙ୍କର ବାଇକଟି ପୋଡିଯାଇଥିଲା ।  ଏନେଇ ସୋମବାର ଦିନ ଗଣେଶ ବାଲିପଦର ଫାଣ୍ଡିରେ  ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ବାଲିପଦର ଫାଣ୍ଡି ଅଧିକାରୀ ନିରଂଜନ ଦାଶ ଘଟଣାର ତଦନ୍ତ କରି ଦୁଇ ଜଣଙ୍କୁ ଧରି ଆଣି ପଚରା ଉଚରା କରିବା ପରେ ସବୁ ଜଣାପଡିଥିଲା ।

Comments are closed.