ମହୁଲି ମଦ ଜବତ, ଦୁଇ ଗିରଫ

ହରଭଙ୍ଗା : ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ନୂଆପଡା ଏବଂ ବଡଶୁବଳିଆ ଭଲି  ପୃଥକ ପୃଥକ ଦୁଇଟି ସ୍ଥାନରେ ଅବକାରୀ ବିଭାଗ ଶୁକ୍ରବାର ଚଢଉ କରି ୫୦ ଲିଟର ଦେଶୀ ମହୁଲି ମଦ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁସାରେ ଆଜି ସକାଳେ ହରଭଙ୍ଗା ଅବକାରୀ ବିଭାଗ ନୂଆପଡା ଗ୍ରାମରେ ପ୍ରଥମେ ଚଢଉକରି ଅରୁଣ ପ୍ରଧାନ(୨୫)ଙ୍କ ଠାରୁ ୩୦ଲିଟର ଏବଂ ବଡଶୁବଳିଆ ଗ୍ରାମରେ ଚଢଉକରି ଗୌତମ ମେଣ୍ଡଳି(୩୨)ଙ୍କ ଠାରୁ ୨୦ଲିଟର ଦେଶୀ ମହୁଲି ମଦ ଜବତ କରିଥିଲା। ଏହି ଘଟଣାରେ ଉଭୟଙ୍କୁ ଗିରଫ କରାଯାଇଛି। ଏନେଇ ହରଭଙ୍ଗା ଅବକାରୀ ପକ୍ଷରୁ ୫୩/୨୦ ଏବଂ,୫୪/୨୦ ଭଳି ଦୁଇଟି ପୃଥକ ପୃଥକ ମାମଲାରେ ଉଭୟଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ହରଭଙ୍ଗା ଅବକାରୀ ଇନିସପେକ୍ଟର ସୀମାକରଣ ବେକ ସୂଚନା ଦେଇଛନ୍ତି।

Comments are closed.