ଦେଶୀ ରନ୍ଧା ମଦ ଜବତ, ୨ ଗିରଫ

ମୋହନା : ଗଞ୍ଜାମ  ଅବକାରୀ ବିଭାଗ ଓ ଗଜପତି ଜିଲ୍ଲା ଅବକାରୀ ବିଭାଗର ମିଳିତ ଭାବେ ମୋହନା ଥାନା ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଚଢଉ କରାଯାଇ ବିପୁଳ ପରିମାଣର ଦେଶୀ ରନ୍ଧା ମଦ, ମହୁଲ ଓ ପିଡ଼ିଆ ଅବକାରୀ ପୁଲିସ ଜବତ କରିଛି। ବିଶେଷ ସୂତ୍ରରୁ ଖବର ପାଇ ଉଭୟ ଜିଲ୍ଲାର ଅବକାରୀ ପୁଲିସ କରଚ଼ବାଡି ପଞ୍ଚାୟତ ଅନ୍ତର୍ଗତ ମୁକ୍ତି ନଗରର ରମାକାନ୍ତ ପରିଛା ଓ ଚାପଡ଼ପଙ୍କା ଗ୍ରାମର ଜହନ ନାୟକଙ୍କୁ ମଦ ପ୍ରସ୍ତୁତି ଓ ବିକ୍ରି ଅଭିଯୋଗରେ ଘଟଣାସ୍ଥଳରୁ ଗିରଫ କରିଥିଲେ । ମଦରନ୍ଧା କାର୍ଯ୍ୟରେ ବ୍ୟବହାର କରାଯାଉଥିବା ସାମଗ୍ରୀ ମହୁଲ, ପିଡ଼ିଆ, ରସହାଣ୍ତି , ପ୍ଳାଷ୍ଟିକ ବ୍ୟାରେଲ ସମେତ ୨୩୦ ଲିଟର ରନ୍ଧା ମଦ ଓ ୨୫୦୦ କିଲେ। ଏହା ସହ ମହୁଲ ଓ ପୋଚ଼ ଜବତ କରିଥିଲେ। ଅବକାରୀ ଗୁଇନ୍ଦା ବିଭାଗ ବ୍ରହ୍ମପୁରର ଡେପୁଟି କମିଶନର ସାନ୍ତନୁ ନାୟକ, ଗଜପତି ଅବକାରୀ ସୁପରିଟେଣ୍ଡେଟ୍ ମହିର କୁମାର ସେଠୀ ଓ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଥିଲେ । ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।

Comments are closed.